ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ; ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ରେଡ

 

ଭୁବନେଶ୍ୱର,୭/୧୦(ସତ୍ୟପାଠ ବ୍ୟୁରୋ): ଲଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ବିଲ ପାସ୍ କରାଇ ଦେବାକୁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ । ୪୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ । ଏହି ଘଟଣାର ତଦନ୍ତ କରିବାକୁ ଯାଇ ଏକକାଳୀନ ୬ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । 

ସୂଚନା ମୁତାବକ, ବିଲ ପାସ୍ କରିବା ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀ ଜଣେ ଠିକାଦାରଙ୍କ ଠାରୁ ୪୬ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ । ଏନେଇ ସେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୂର୍ବରୁ ଛକି ବସିଥିଲା ଭିଜିଲାନ୍ସ ଟିମ୍ । ଜିତେନ୍ଦ୍ର କୁମାର ପାଢୀଙ୍କ ଅଫିସ ଚାମ୍ୱରରେ ଟଙ୍କା ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଚଢାଉ କରି ଲାଞ୍ଚଟଙ୍କାକୁ ଜବତ କରିଛି ଟିମ୍ । 

ତେବେ ଏହି ଘଟଣା ପରେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ପାଢୀଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି । ଏହା ସହ ତାଙ୍କର ୬ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ଲ ଟିମ୍ ।

Related Posts