୧୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅମିନ

ଭୁବନେଶ୍ୱର,୫/୧୦(ସତ୍ୟପାଠ ବ୍ୟୁରୋ):  ଭିଜିଲାନ୍ସ ହାବୁଡରେ ପଡିଲେ ଅମିନ । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅମିନ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ଝାରସୁଗୁଡା କିର୍ମିରା ତହସିଲର ଅମିନ ଭାସ୍କର ମେହେର ମହେନ୍ଦ୍ର ଓରାମ ନାମକ ବ୍ଯକ୍ତିଙ୍କ ଠାରୁ ଜମିଜମା କାଗଜପତ୍ର କରିବାକୁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ମାଡି ବସିଲା ସ୍ୱତନ୍ତ୍ର ଟିମ୍ ।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତଙ୍କ ଜମିର ଫିଲଡ ଭେରିଫିକେସନ ରିପୋର୍ଟ ଦେବା ପାଇଁ ଅମିନ ଭାସ୍କର ମେହେର ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ବ୍ୟକ୍ତି ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ୧୫ ହଜାର ଟଙ୍କା ଦେଲେ ରିପୋର୍ଟ ପ୍ରଦାନ କରିବେ ବୋଲି ଭାସ୍କର କହିଥିଲେ । ଏନେଇ ସେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିବାରୁ ଭାସ୍କରଙ୍କୁ ଧରିବା ପାଇଁ ଯୋଜନା କରିଥିଲା ଭିଜିଲାନ୍ସ ବିଭାଗ । ଆଜି ଅପରାହ୍ନ ପ୍ରାୟ ୪ ଟା ୨୦ ରେ ଅଭିଯୋଗକାରୀ ପୂର୍ବ ଯୋଜନା ମୁତାବକ ଭାସ୍କରଙ୍କୁ ସେ ମାଗିଥିବା ଲାଞ୍ଚ ଟଙ୍କା ଦେଇଥିଲେ । ଠିକ ଏହି ସମୟରେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ମିଳିତ ଭାବରେ ଚଢାଉ କରି ଭାସ୍କରଙ୍କୁ ଧରିବାସହ ତାଙ୍କ ନିକଟରୁ ୧୫ ହଜାର ଟଙ୍କା ଜବତ କରିଛି । ଏହାସହ ରାଉରକେଲା ଭିଜିଲାନ୍ସ PSକେସ୍ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଝାରସୁଗୁଡା ଭିଜିଲାନ୍ସ DSP କଳାବତି ବାଗ ସୂଚନା ଦେଇଛନ୍ତି । ଆଜିର ଚଢାଉରେ ଝାରସୁଗୁଡା ଭିଜିଲାନ୍ସ ଡିଏସପି କଳାବତି ବାଗ, ଇନ୍ସପେକ୍ଟର ସୁସ୍ମିତା ରଙ୍ଗୋଲି ଏବଂ ଝାରସୁଗୁଡା ଭିଜିଲାନ୍ସ ବିଭଗ ସହ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।

Related Posts