‘ଥାନା-ଶିକ୍ଷାନୁଷ୍ଠାନକୁ ଯାଅ, ତ୍ରୁଟି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅ’: ଜିଲ୍ଲାପାଳ ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୯(ସତ୍ୟପାଠ ବ୍ୟୁରୋ):  ରାଜ୍ୟର ସମସ୍ତ ଥାନା ଓ ଶିକ୍ଷାନୁଷ୍ଠାନକୁ ଯାଅ ଏବଂ ତ୍ରୁଟି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅ। ଆଜି ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ  ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ ରହିଛି।

ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ।ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ।

ଥାନା ଓ ଶିକ୍ଷାନୁଷ୍ଠାନକୁ ଯିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ କୌଣସି ତ୍ରୁଟିବିଚ୍ୟୁତି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହି ସମୟରେ ସେ ନିଜ ସହ ଘଟିଥିବା ଏକ ଘଟଣାର ଅବତାରଣା କରିବାକୁ ଭୁଲିନଥିଲେ। ସେ କହିଛନ୍ତି, ମୁଁ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରେ ମୋତେ ଗେଟଆଉଟ୍ କହିଥିବା ଆଇଆଇସିଙ୍କୁ ମୁଁ କ୍ଷମା ଦେଇଛି। କାରଣ ମୁଁ ଜାଣିଥିଲି ସେ କାହା ଚାପରେ ଆସି ଏଭଳି କହିଥିଲେ।

Related Posts