ଅକ୍ଟୋବରରୁ ରାସନକାର୍ଡରେ ମିଳିବ ଗହମ; ବିଭାଗୀୟ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର,୨୭/୯(ସତ୍ୟପାଠ ବ୍ୟୁରୋ):   ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ କରିଛି ଚିଠି । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ଚାଉଳ ସହ ଗହମ ଦିଆଯିବ ବୋଲି ବିଧାନସଭାରେ କହିଥିଲେ ମନ୍ତ୍ରୀ ।

ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ଚଳିତ ବିଧାନସଭାରେ କହିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବି ସେ ରଖିଥିଲେ । 

ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିବା ଗହମକୁ ବନ୍ଦ କରି ଦେଇଥିଲେ ପୂର୍ବ ସରକାର । ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁ ଦାବି କରାଯିବା ପରେ ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା ।

Related Posts