ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ପୁଣି ସରକାରଙ୍କୁ ଘେରିଲେ ନବୀନ

ଭୁବନେଶ୍ୱର,୨୦/୯(ସତ୍ୟପାଠ ବ୍ୟୁରୋ): ଆଜି ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଭରତପୁର ଥାନା ଘଟଣାରେ ମୋହନ ସରକାରଙ୍କୁ ଘେରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହିତ ରାଜ୍ୟପାଳଙ୍କ ପୁଅ ASO ଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ଉଠାଇଛନ୍ତି | ଭରତପୁର ଥାନା ଘଟଣାରେ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିବା ବେଳେ ରାଜ୍ୟପାଳଙ୍କ ପୁଅ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ ।

ନବୀନ କହିଛନ୍ତି ଯେ, ପୁରୀ ରାଜଭବନ ଘଟଣାରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀମାନକୁ ଉତ୍ସାହିତ କରିଛି। ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାରଙ୍କୁ ଅନୁରୋଧ କରୁଛି ବୋଲି ନବୀନ କହିଛନ୍ତି।

Related Posts