ଭରତପୁର ଥାନାରେ ଘଟଣା: ଧାରା ହେଲେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ୭ ରୋଡ୍‌ ରୋମିଓ

ଭୁବନେଶ୍ୱର,୨୦/୯(ସତ୍ୟପାଠ ବ୍ୟୁରୋ):  ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା କରାଯାଉଛି । ରାତିରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ଥାନାକୁ ଏତଲା କରିବାକୁ ଆସି ଉଭୟ ମେଜର ଓ ତାଙ୍କ ବାନ୍ଧବୀ ମାଡ଼ ଖାଇଥିଲେ ।

ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।

Related Posts