କେତେ ତଳକୁ ଖସିଥିଲା ପୋଲିସ?; ଭରତପୁର ଥାନାର ଲୋମଟାଙ୍କୁରା କାହାଣୀ କହିଲେ ପୀଡ଼ିତା

ଭୁବନେଶ୍ୱର,୨୦/୯(ସତ୍ୟପାଠ ବ୍ୟୁରୋ):  ଅଭଦ୍ରାମୀର ସବୁ ସୀମା ଲଙ୍ଘିଛି କମିଶନରେଟ୍‌ ପୁଲିସ୍‌ର ଭରତପୁର ଥାନା ପୁଲିସ୍‌। ବିଳମ୍ୱିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଛି ଭରତପୁର ଥାନା ପୁଲିସ୍‌। ଖାଲି ନିର୍ଯାତନା ଦେଇନି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ସହିତ ପ୍ରାଇଭେଟ୍‌ ପାର୍ଟକୁ ଗୋଇଠା ମାରିଛି। ତାହା ପୁଣି ପୁରୁଷ ପୁଲିସ୍‌। ଏମ୍‌ସରେ ଚିକିତ୍ସିତ ହେଉଥିବା ବାନ୍ଧବୀ ଆଜି ଗଣମାଧ୍ୟମରେ ବଖାଣିଛିନ୍ତି ଅନ୍ଧାର ରାତିରେ ଘଟିଥିବା କଳା କାହାଣୀ।

ପୀଡ଼ିତା କହିଛନ୍ତି, ବିଳମ୍ବିତ ରାତ୍ରୀରେ ନିଜର ରେସ୍ତୁରାଣ୍ଟ ବନ୍ଦ କରି ଘରକୁ ଫେରୁଥିଲୁ। ତେବେ ଅଧା ରାସ୍ତାରେ କିଛି ବ୍ୟକ୍ତି ଗାଡ଼ି ଅଟକାଇ ଯୁକ୍ତିତର୍କ କରିଥିଲେ। ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲୁ। ସେତେବେଳେ ଥାନା ଅଭ୍ୟର୍ଥନା କକ୍ଷରେ ଜଣେ ମହିଳା କନ୍‌ଷ୍ଟେବଳ ବସିଥିଲେ। ସେ ସେତେବେଳେ ୟୁନିଫର୍ମରେ ନଥିଲେ, ନାଇଟ୍‌ ପିନ୍ଧି ବସି ଥିଲେ। ତାଙ୍କ ଛଡ଼ା ଆଉ କୌଣସି ପୁଲିସ୍‌ କର୍ମଚାରୀ ନଥିଲେ। ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ FIR ଲଜ୍‌ କରିବା ପାଇଁ ଅନୁରୋଧ କରିଥିଲି। ତାଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲି, କିନ୍ତୁ ସେ ମୋ କଥାରେ ଧ୍ୟାନ ଦେଇନଥିଲେ। ଏବଂ କହିଥିଲେ ଯଦି FIR ଲଜ୍ କରିବାର ଅଛି ତ ମେଡିକାଲ ଟେଷ୍ଟ କରି ରିପୋର୍ଟ ନେଇ ଆସନ୍ତୁ। କିଛି ସମୟ ପରେ ମୋର ବଡ଼ ଅଫିସର ଆସିବେ ତାଙ୍କୁ ଅଭିଯୋଗ କରିବ। 

ଏହାର ଅଧାଘଣ୍ଟା ପରେ  ଏକ ପାଟ୍ରୋଲିଂ ଗାଡ଼ି ଥାନାରେ ପହଞ୍ଚିଥିଲା। କିନ୍ତୁ ଲେଡି କନେଷ୍ଟବଳ ତାଙ୍କୁ ମୁ ଏବଂ ମୋର ବନ୍ଧୁ ଦୁର୍ବ୍ୟବହାର କରୁଥିବା କହିଥିଲେ। କିନ୍ତୁ ଆମେ ତାଙ୍କୁ ପୁଣିଥରେ କହିଥିଲୁ FIR ଲେଖିବା ପାଇଁ ଚାହୁଁଛୁ। ତା ପରେ ଜଣେ ପୁରୁଷ କର୍ମଚାରୀମାନେ FIR ଲେଖିବା ପାଇଁ ମେଜର ଗୁରୁବଂଶଙ୍କୁ କହିଥିଲେ। ଗୁରୁବଂଶ FIR ଲେଖିବା ପାଇଁ ରାଜି ହୋଇଥିଲେ।  କିନ୍ତୁ ଗୁରୁବଂଶ ଗୋଟିଏ ବାକ୍ୟ ଲେଖିବା ମଧ୍ୟରେ ପଛପଟୁ ଜଣେ ପୁରୁଷ କର୍ମଚାରୀ ତାଙ୍କର ସମସ୍ତ ଜିନିଷକୁ ନେଇଯାଇଥିଲେ ଏବଂ ତାଙ୍କୁ କଷ୍ଟଡିରେ ଭର୍ତ୍ତି କରିଥିଲେ। ମୁଁ ସେଠାରେ ବଡପାଟିରେ ପ୍ରତିବାଦ କରିଥିଲି। ‘ଆପଣ ଜଣେ ଆର୍ମି ଅଫିସରଙ୍କୁ କଷ୍ଟଡିରେ ରଖିପାରିବ ନାହିଁ, ଏହା ଆଇନ୍‌ ବିରୋଧୀ’

 ଏହାପରେ ମୁଁ ମୋର ମୋବାଇଲ ବାହାରକରି ରେକଡିଂ ଆରମ୍ଭ କରିଥିଲି। ଠିକ୍ ସେତିକି ବେଳେ ଦୁଇ ଜଣ ମହିଳା ପୁଲିସ୍‌ ଅଫିସର ମୋ’ ଚୁଟି ଧରି ଘୋଷାଡି ନେଇଥିଲେ ଏବଂ ଅନ୍ୟ ଜଣେ ମହିଳା ପୋଲିସ ମତେ ମାଡ଼ ମାରିଥିଲେ। ମୁଁ ଯେତେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନେ ଶୁଣି ନଥିଲେ। ସେମାନଙ୍କ ଭିତରୁ ଜଣେ ମହିଳା କନ୍‌ଷ୍ଟେବଳ ମୋ’ ଗଳା ଚିପି ଦେବାକୁ ଉଦ୍ୟମ କରୁଥିଲେ। ସେଥିପାଇଁ ମୁଁ ତା’ ହାତକୁ କାମୁଡ଼ି ଦେଇଥିଲି। ତା’ପରେ ସେମାନେ ମୋ’ ଜାକେଟ୍‌ରେ ପଛ ପାର୍ଶ୍ୱରେ ହାତକୁ ବାନ୍ଧି ଦେଇଥିଲେ। ଜଣେ କଷ୍ଟେବଳଙ୍କ ସ୍କ୍ରାପ୍‌ରେ ମୋ’ ଗୋଡ଼କୁ ବାନ୍ଧି ଦେଇ ଲକ୍‌ଅପ୍‌ରେ ପକାଇ ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି।

 ଲକ୍‌ଅପ୍‌ ଭିତରେ ଦୁଇଜଣ ପୁରୁଷ ଅଫିସର ମୋର ହାତ ପାଖରେ ଏବଂ ଜଣେ ମୋର ପାଦ ପାଖରେ ଛିଡ଼ା ହୋଇଥିଲେ ଏବଂ ଜଣେ ମହିଳା ଅଫିସର ମୋର ଛାତିକୁ ଏବଂ ଦେହକୁ ଗୋଇଠା ପରେ ଗୋଇଠା ମାରିଚାଲିଥିଲେ। ଏହାପରେ ସକାଳ ୬ ଟା ସମୟରେ ଥାନାର ଆଇଆଇସି ଆସିଥିଲେ। ମୁଁ ତାଙ୍କୁ ରାତିରେ ଘଟିଥିବା ସମସ୍ତ ଘଟଣା କହିଥିଲି। କିନ୍ତୁ ସେ ମୋର ମୁହଁକୁ ଗୋଇଠା ମାରିଥିଲେ ଏବଂ ଜଣେ ମହିଳା ପୋଲିସ ମୋର ଆସି ମୋ’ ପ୍ୟାଣ୍ଟ ଖସାଇ ଦେଇଥିଲେ। ତା’ପରେ ଆଇଆଇସି ନିଜର ସାର୍ଟ ଏବଂ ପ୍ୟାଣ୍ଟକୁ ଖସାଇ ନିଜର ଗୁପ୍ତାଙ୍ଗକୁ ମୋ ମୁହଁ ପାଖରେ ଦେଖାଇ ଥିଲେ । ସେତେବେଳେ ମୁଁ ନ୍ୟାୟ ପାଇବାର ସବୁ ଆଶା ହରେଇ ସାରିଥିଲି,  କେବଳ ବଡ଼ ପାଟିରେ ଚିତ୍କାର କରୁଥିଲି ବୋଲି କହିଛନ୍ତି ପୀଡ଼ିତା।କିଛି ସମୟ ପରେ ଗୁରୁବଂଶ ଆସି ମୋର ହାତକୁ ଖୋଲିଥିଲେ। 

ପୋଲିଷ୍ଟେସନ କୁ ACP ଆସିବା ପରେ ମୁଁ ଏବଂ ଗୁରୁବଂଶ ତାଙ୍କୁ ସବୁ ଘଟଣା କହିଥିଲୁ କିନ୍ତୁ ସେ ଆମକୁ ବଡପାଟିରେ ଗାଳି କରିବା ସହ ଆମକୁ ଭୁଲ୍ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥିଲେ।  ପାଖାପାଖି ସକାଳ ୮ ସମୟରେ ମୁଁ ତାଙ୍କୁ ହସ୍ପିଟାଲ ଯିବା ପାଇଁ ଅନୁରୋଧ କରିଥିଲି କିନ୍ତୁ ସେ ମୋ ସହ କିଛି ପୋଲିସଙ୍କୁ ପଠାଇଥିଲେ। ପୋଲିସଙ୍କ ମାଡ଼ରେ ମୋର ଦାନ୍ତ ଏବଂ ଥୋଡି ଭାଙ୍ଗିଯାଇଥିଲା। ମେଡ଼ିକାଲରେ କିଛି ପରୀକ୍ଷା କରିଥିଲି।

ପରେ ଯେତେବେଳେ ଆମେ ପୁଣିଥରେ ଭରତପୁର ପୋଲିସଷ୍ଟେସନକୁ ଗଲୁ ଏବଂ ସେମାନେ ମୋତେ କହିଥିଲେ ଯେ ପୋଲିସ ଅଧିକାରୀଙ୍କୁ କାମୁଡିବା ଏବଂ ଦୁର୍ବ୍ୟବହାର କରିବା ପାଇଁ ମୋ ବିରୋଧରେ FIR ରେଜିଷ୍ଟର ହୋଇଛି | ପ୍ରାୟ ରାତି ୮ ଟା ସମୟରେ ସେମାନେ ମୋତେ ପୋଲିସ୍ ଭ୍ୟାନରେ ନେଇ କହିଥିଲେ ଯେ ସେମାନେ ମୋତେ କିଛି କାଗଜପତ୍ର କାମ ପାଇଁ ନେଉଛନ୍ତି | କିନ୍ତୁ ସେମାନେ ମୋତେ ଜେଲକୁ ନେଉଛନ୍ତି ନା ମୋ ବିରୋଧରେ କୌଣସି FIR ଅଛି ମୋତେ ସୂଚନା ଦେଇନଥିଲେ। “

Related Posts