ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କୁ ମିଳବ ଚିଟ୍‌ଫଣ୍ଡ ଟଙ୍କା : ମନମୋହନ

ଭୁବନେଶ୍ୱର,୧୮/୯(ସତ୍ୟପାଠ ବ୍ୟୁରୋ):  ଖୁବ ଶୀଘ୍ର ମିଳବ ଚିଟ୍‌ଫଣ୍ଡ ଟଙ୍କା। ଏନେଇ ପ୍ରେସମିଟ୍‌ କରି ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମୋହନ ସରକାର ଆସନ୍ତା କାଲି ୧୦୦ଦିନ ପୂରିବାକୁ ଯାଉଛି। ଗଣମାଧ୍ୟମରେ ସୂଚନା ଦେଇ ମନମୋହନ କହିଛନ୍ତି, କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ବହୁତ ଶୀଘ୍ର ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ସେ ଆହୁରି କହିଛନ୍ତି, ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି। ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି ମନମୋହନ ସ୍ପଷ୍ଟ କରିଛନ୍ତି।

Related Posts