ଆଜି ବିଶ୍ଵକର୍ମା ପୂଜା; ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ

ଭୁବନେଶ୍ୱର,୧୬/୯(ସତ୍ୟପାଠ ବ୍ୟୁରୋ):  ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଚଳଚଞ୍ଚଳ ହୋଇପଡିଛି ବନ୍ଦର ନଗରୀ ପାରାଦୀପ। ପାରାଦୀପର ଛୋଟ ବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଏପରିକି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇବେ ଦର୍ଶକ।

ସେହିଭଳି ଅନୁଗୁଳ, ନାଲକୋ ନଗରରେ ମଧ୍ୟ ବେଶ୍ ଧୂମଧାମ ସହକାରେ ପୂଜା ପାଳିତ ହେଉଛି। ଚଳିତବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ ବିଶ୍ଵକର୍ମାଙ୍କୁ ଆବାହନ କରାଯିବ। କେଉଁଠି ସାମ୍ପତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ମୁର୍ତ୍ତି ନିର୍ମାଣ ହେଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି।

Related Posts