‘ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପଦ ଅଫର୍ ପ୍ରତ୍ୟାଖାନ କରି ଦେଇଥିଲି..’: ନିତିନ ଗଡ଼କରୀ

ଭୁବନେଶ୍ୱର,୧୫/୯(ସତ୍ୟପାଠ ବ୍ୟୁରୋ):  ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ମୋତେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ । ମୁଁ ପ୍ରଧାନମନ୍ତ୍ରୀ ହେଲେ ସେ ମୋତେ ସମର୍ଥନ କହିବେ ବୋଲି କହିଥିଲେ | କିନ୍ତୁ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି। ଏଭଳି କିଛି ବୟାନ ଦେଇଛନ୍ତି, କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ।

ଶନିବାର ନାଗପୁରରେ ଏକ ସାମ୍ବାଦିକତା ପୁରସ୍କାର ସମାରୋହରେ ଗଣମାଧ୍ୟମକୁ ସମ୍ବୋଧିତ କରି ଗଡ଼କରୀ କହିଛନ୍ତି, ମୁଁ ଉକ୍ତ ନେତାଙ୍କୁ କହିଥିଲି ଯେ ମୁଁ ଜଣେ ବ୍ୟକ୍ତି ଯିଏ କି ଗୋଟିଏ ଆଦର୍ଶ ଓ ବିଶ୍ୱାସକୁ ଅନୁସରଣ କରେ। ମୁଁ ଏପରି ଏକ ପାର୍ଟିରେ ଅଛି ଯାହା ମୋତେ ସବୁ କିଛି ଦେଇଛି ଯାହା ମୁଁ କେବେ ସ୍ୱପ୍ନରେ ବି ଭାବି ନ ଥିଲି। କୌଣସି ପ୍ରସ୍ତାବ ମୋତେ ଆକର୍ଷିତ କରିପାରିବ ନାହିଁ। ତେବେ କେଉଁ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ସେ ସଂପର୍କରେ ଗଡ଼କରୀ କିଛି ସ୍ପଷ୍ଟ କରିନାହାନ୍ତି।

Related Posts