ଭୁବନେଶ୍ୱର,୯/୮(ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନରେ ସ୍ବଚ୍ଛତା ନେଇ ପ୍ରଶ୍ନ। ବିଜେପି ଚଞ୍ଚକତା କରି କ୍ଷମତାକୁ ଆସିଥିବା ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ୍, ଇସିଆଇର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭୋଟ ଗ୍ରହଣ ଦିନ ପଡିଥିବା ଭୋଟ ଓ ଫଳାଫଳ ପ୍ରକାଶ ଦିନ ଗଣାଯାଇଥିବା ଭୋଟ ଭିତରେ ୫କୋଟିର ବ୍ୟବଧାନ ରହିଛି। ୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା, ଓଡ଼ିଶାରେ ମଧ୍ୟ ୧୮ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା।
ଏହି ଫଳାଫଳ ହୋଇଥିଲେ ବିଜେପି କେନ୍ଦ୍ରରେ ସରକାର ଗଢିପାରିନଥାନ୍ତା। ଏହାସହିତ ଇଭିଏମ ଓ ଇସିଆଇଙ୍କ ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର। ଖାସ କରି ଓଡ଼ିଶା ଓ ଆନ୍ଧ୍ର ଏହି ଦୁଇ ରାଜ୍ୟରେ ଷଡଯନ୍ତ୍ର କରିଛି ବିଜେପି। ୨୦୧୯ରେ ଓଡ଼ିଶାରେ ୮ଟି ସାଂସଦ ଜିତିଥିଲେ ଏଥର ୨୧ରୁ ୨୦ଟିରେ କେମିତି ଜିତିଲେ ତାହା ସନ୍ଦେହ ସୃଷ୍ଟି କରିଛି। ଏଡିଆର ଯେଉଁ ରିପୋର୍ଟ ଦେଇଛି ତାହା ୫କୋଟିର ଅନ୍ତର ରହିଛି। ୨୦୧୯ରୁ ଇଭିଏମରେ ତ୍ରୁଟି ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି।