ଭୁବନେଶ୍ୱର,୭/୮(ସତ୍ୟପାଠ ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର | 5T ଚାର୍ଟର ସହ ହଟିଲା ମୋ ସରକାର | କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ ରୁ 5T ଓ ମୋ ସରକାରକୁ ହଟାଇବାକୁ ଆଜି ନିର୍ଦେଶ ଦେଇଛନ୍ତି ସରକାର | ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ଏହାକୁ ହଟାଯାଇଛି। ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁଣି ଥରେ ପ୍ରଚଳନ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏନେଇ ଆଜି ସବୁ ବିଭାଗକୁ ଚିଠି ଲେଖିଛି ସାଧାରଣ ପ୍ରସଶନ ବିଭାଗ |
ତେବେ ଗତ 24 ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ନବୀନ ସରକାର 2019 ନିର୍ବାଚନ ପରେ ରାଜ୍ୟ ପ୍ରଶାସନରେ ଲାଗୁ କରିଥିଲେ 5t, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନଙ୍କୁ ଏହାର ସଚିବ କରାଯାଇଥିଲା | ଏହାପରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ 5T ଚାର୍ଟର ଓ ମୋ ସରକାରର ମଲ୍ୟଙ୍କନର ଆବଶ୍ୟକତା ପଡୁଥିଲା | ହେଲେ ରାଜ୍ୟରେ ସରକାର ବଦଳିବା ପରେ ଏହି 5t ରହିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା | ଶେଷରେ ନୂଆ ସରକାର ଏହାକୁ ହଟାଇଛନ୍ତି | ଏବେ ଆଉ ସରକାରୀଙ୍କ କର୍ମଚାରୀଙ୍କ CCR ରେ ଲାଗୁ ହେବ ନାହିଁ 5T ଓ ମୋ ସରକାର |