ଟି-୨୦ ବିଶ୍ୱପକ୍ ଜିତିଲା ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶେଷରେ ଜୁନ୨୯ ତାରିଖରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ମହେନ୍ଦ୍ର ସିଂହ ଧୋନୀ ଶେଷ ଥର ପାଇଁ ଭାରତ ପାଇଁ ଆଇସିସି ଟ୍ରଫି ଉଠାଇବାର ୧୧ ବର୍ଷ ପରେ ରୋହିତ ଶର୍ମାଙ୍କ ଦଳ ଟି-୨୦ ବିଶ୍ୱକପ ଟ୍ରଫି ଉପରେ ହାତ ରଖିଛି। ବାର୍ବାଡୋସର କେନ୍ସିଂଟନ୍ ଓଭାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି।

ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକା ପ୍ରଥମରୁ ଚମତ୍କାର କ୍ରିକେଟ୍ ଖେଳିଥିଲା। କିନ୍ତୁ ପରେ ବିପର୍ଯ୍ୟୟ ସାମ୍ନା କରିବା ପରେ ଭାରତ ଟ୍ରଫି ହାସଲ କରିଛି।

ଭାରତ ଏବେ ଟି-୨୦ କ୍ରିକେଟର ନୂଆ ଚାମ୍ପିୟନ ହୋଇଛି। ଭାରତୀୟ ଦଳ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ୧୭୭ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଗୋଟିଏ ସମୟରେ ୧୫ ଓଭରରେ ୪ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଏଠାରୁ ସେମାନଙ୍କ ବିଜୟ ନିଶ୍ଚିତ ମନେ ହେଉଥିଲା, କିନ୍ତୁ ଭାରତୀୟ ବୋଲରମାନେ ଜବରଦସ୍ତ ଭାବେ ଟ୍ରାକକୁ ଫେରିଥିଲେ।

ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ସଫଳତାର ସହ ୧୬ ରନ ଟାର୍ଗେଟକୁ ଲକ୍ଷ୍ୟ କରି ବୋଲିଂ କରୁଥିଲେ। ଗୋଟିଏ ଓ୍ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ବିଜୟରୁ ଦୂରେଇ ରଖିବାରେ ସେ ସକ୍ଷମ ହୋଇଥିଲେ। ବିଜୟ ପରେ ହାର୍ଦ୍ଦିକ ଲୁହକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନଥିଲେ। ଏକ ଭାବ ବିହୋଳ ମୁହୂର୍ତ୍ତରେ ଅଧିନାୟକ ରୋହିତ ଶର୍ମା ହାର୍ଦ୍ଦିକଙ୍କୁ ହାତରେ ଉଠାଇଥିଲେ। ପ୍ରଥମ ଥର ପାଇଁ ରୋହିତ ଓ ବିରାଟ ଏକାଠି ଖେଳି ବିଶ୍ୱକପ୍ ଜିତିଛନ୍ତି।

Related Posts