ଲୋକସଭା ବାଚସ୍ପତି ପାଇଁ ହେବ ନିର୍ବାଚନ; NDA ର ଓମ୍‌ ବିର୍ଲା, INDIA ମେଣ୍ଟର ପ୍ରାର୍ଥୀ ହେଲେ କେ ସୁରେଶ

ଭୁବନେଶ୍ୱର,୨୫/୬(ସତ୍ୟପାଠ ବ୍ୟୁରୋ): ଦେଶରେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଆସନ୍ତା କାଲି ଅର୍ଥାତ୍ ଜୁନ୍ ୨୬ ତାରିଖରେ ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ। ଯେଉଁଥିପାଇଁ ଏବେଠୁ ଆରମ୍ଭ ହେଇଯାଇଛି ଚର୍ଚ୍ଚା ଆଲୋଚନା। ଏସବୁ ମଧ୍ୟରେ ବାଚସ୍ପତି ନିର୍ବାଚନ ପାଇଁ ଆଜି ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିଛି। ଓମ୍‌ ବିର୍ଲାଙ୍କ ନାମ ଘୋଷଣା କରିଛି ଏନଡିଏ। ସେହିପରି  ସାଂସଦ କେ ସୁରେଶଙ୍କୁ ବିରୋଧୀ ଦଳର ବାଚସ୍ପତି ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ । । ଦୁଇ ନେତା ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ତେଣୁ ଆସନ୍ତାକାଲି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ଭୋଟ୍ ପଡିବ ।

ସୂଚନାଯୋଗ୍ୟ ଯେ, ଏନଡିଏ ମେଣ୍ଟ ବିଜେପି ସାଂସଦ ତଥା ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ପୁଣିଥରେ ଲୋକସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିଛି । ଆଉ ବିରୋଧୀ ମେଣ୍ଟ ତାଙ୍କୁ ଟକ୍କର ଦେବା ପାଇଁ କେ ସୁରେଶଙ୍କୁ ମୈଦାନକୁ ବହାରକରିଛି ।

ତେବେ ଶାସକ ଓ ବିରୋଧୀଙ୍କ ଭିତରେ ବାଚସ୍ପତି ନିର୍ବାଚନକୁ ନେଇ ଟଣାଓଟରା ଲାଗିରହିଥିଲା । ଆଜି ସକାଳୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ, ରାଜନାଥ ସିଂହଙ୍କ କଲ୍ ଖଡଗେଜୀଙ୍କ ପାଖକୁ ଆସିଥିଲା । ସେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଜବାବରେ ବିରୋଧୀଙ୍କୁ ଉପ ବାଚସ୍ପତି ପଦ ଦେବାକୁ ସେ ଦାବି କରିଥିଲେ । ହେଲେ ଏ ସବୁ ଚର୍ଚ୍ଚା ଆଲୋଚନାର ଶେଷରେ କଂଗ୍ରେସ ବାଚସ୍ପତି ପଦ ପାଇଁ ଶେଷରେ ପ୍ରାର୍ଥୀ ଦେଇଛି ।

Related Posts