ଏଣିକି ୱିଣ୍ଡୋ ସିଟ୍‌ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା, ସିଟ୍ ଅନୁଯାୟୀ ଭଡ଼ା ବଢ଼ାଇଲା ଇଣ୍ଡିଗୋ ଏୟାରଲାଇନ୍ସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିମାନରେ ଯାତ୍ରା ସମୟରେ ଝରକା ପାଖ ସିଟ୍‌ର ଚାହିଦା ଅଧିକ ଥାଏ। ଟିକେଟ୍ କାଟି ବିମାନରେ ବସିବା ମାତ୍ରେ ସମସ୍ତେ ୱିଣ୍ଡୋ ସିଟ୍‌ରେ ବସିବାକୁ ଇଚ୍ଛା ପ୍ରକାଶ କରନ୍ତି। ୱିଣ୍ଡ ସିଟ୍‌ରେ ବସି ବାହାରେ ବାଦଲଭରା ଆକାଶକୁ ଦେଖିବାକୁ ସବୁଯାତ୍ରୀଙ୍କର ଇଚ୍ଛା ଥାଏ। ହେଲେ ଏଥର ଆଉ ସେମିତି ହୋଇପାରିବ ନାହିଁ। ୱିଣ୍ଡୋ ସିଟ୍ ଦରକାର ହେଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ଭାରତ ସବୁଠାରୁ ବଡ଼ ଘରୋଇ ବିମାନ ସଂସ୍ଥା ଇଣ୍ଡିଗୋ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି।

କେବଳ ୱିଣ୍ଡୋ ସିଟ୍ କାହିଁକି ? ଗ୍ରାହକଙ୍କୁ ନିଜ ପସନ୍ଦର ସିଟ୍ ନେବାକୁ ହେଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ ବୋଲି ଇଣ୍ଡିଗୋ କହିଛି। କିଛିଦିନ ପୂର୍ବରୁ ଫ୍ୟୁଲ ଚାର୍ଜ ଫେରାଇ ନେବାର ଘୋଷଣା କରିଥିଲା ଇଣ୍ଡିଗୋ। ସମସ୍ତେ ଭାବୁଥିଲେ ଟିକେଟ ଶସ୍ତା ହେବ। ହେଲେ ସେହି ଚାର୍ଜକୁ ସିଟ୍ ଚୟନ ଆଳରେ ଇଣ୍ଡୋଗ ଆଦାୟ କରିବ ବୋଲି କୁହାଯାଉଛି।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଚୟନାତ୍ମକ ସିଟ୍ ପାଇଁ ଇଣ୍ଡିଗୋ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବ। ଅଧିକ ଲେଗ୍ ରୁମ୍(ସିଟ୍ ବସିବା ବେଳେ ଗୋଡ଼ ରଖିବା ପାଇଁ ଯଥେଷ୍ଟ ସ୍ଥାନ)ବିଶିଷ୍ଟ ଏକ୍ସେଲ୍ ସିଟ୍ ପାଇଁ ଏହି ଟଙ୍କା ନିଆଯାଉଥି। ତେବେ ସବୁ ଏକ୍ସେଲ୍ ସିଟ୍‌ ପାଇଁ ଏହି ଅତିରିକ୍ତ ଚାର୍ଜ ଲାଗୁ ହେବ ନାହିଁ ବୋଲି ହିନ୍ଦୁସ୍ତାନ ଟାଇମ୍ସ କହିଛି।

ଏୟାରଲାଇନ୍ସ ୧୫୦ ରୁ ୨୦୦୦ ଟଙ୍କା ମଧ୍ୟରେ ଚାର୍ଜ କରୁଛି। କିଛି XL ସିଟ୍ ପାଇଁ ଏୟାରଲାଇନ୍ସ ୧୪୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛି। ତେବେ ମଝି ସିଟ୍ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଉ ନାହିଁ। ତେବେ ଏଟିଆର୍ ୭୨-୬୦୦ ଦ୍ୱାରା ପରିଚାଳିତ ବିମାନଗୁଡ଼ିକରେ ସିଟ୍ ଚୟନ କ୍ଷେତ୍ରରେ କୌଣସି ପରିବର୍ତ୍ତନ ହୋଇନାହିଁ, ଯେଉଁଥିରେ ବିମାନର ୪୦ ରୁ ଅଧିକ ବିମାନ ଅଛି।

ଏୟାରବସ ଫ୍ଲାଇଟ୍‌ ବିମାନର ଦ୍ୱିତୀୟ ଏବଂ ତୃତୀୟ ଧାଡି ପାଇଁ ଦେୟ ୪୫୦ ରୁ ୪୦୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି ଇଣ୍ଡିଗୋର A୩୨୦ ବିମାନରେ ୧୧ ଓ ୧୪ ଓ ୨୦ ଲାଇନ୍ ପାଇଁ ଦେୟ ୨୫୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୱିଣ୍ଡୋ ସିଟ୍ ପାଇଁ ୪୦୦ ଟଙ୍କା ଚାର୍ଜ କରାଯାଉଛି। କେବଳ ଇଣ୍ଡିଗୋ ନୁହେଁ, ଏୟାର ଇଣ୍ଡିଆ ଓ ଆକାଶ ଏୟାର ଲାଇନ୍ ମଧ୍ୟ ସିଟ୍ ଆଧାରରେ ଚାର୍ଜ କରୁଛନ୍ତି। ଆକାଶ ଏୟାର ଲାଇନ୍‌ର ଶିଟ୍ ଚାର୍ଜ ୧୫୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Related Posts