ପୁଣି ବଢ଼ିଲା ମହୁଆଙ୍କ ଅଡୁଆ, ଗୁଇନ୍ଦାଗିରି କରୁଥିବା ଅଭିଯୋଗ ଆଣିଲେ ପୂର୍ବତନ ପୁରୁଷ ବନ୍ଧୁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂସଦରୁ ନିଲମ୍ବିତ ହେବା ପରେ ଆହୁରି ବଢିଛି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହେଇଛି। ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଆଇନଜୀବୀ ଅନନ୍ତ ଦେହାଦ୍ରଇ ଏଥର ସିବିଆଇକୁ ଚିଠି ଲେଖି ତାଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ମୁତାବକ, ମହୁଆ ତାଙ୍କ ଉପରେ ଜାସୁସି ବା ଗୁଇନ୍ଦାଗିରି କରୁଥିବା ଅନନ୍ତ ସନ୍ଦେହ କରୁଛନ୍ତି। ଏପରିକି ମହୁଆ ମୋଇତ୍ରା ନିଜ ସମ୍ପର୍କୀୟଙ୍କ ଜରିଆରେ ଫୋନ୍‌ ଟ୍ରାକ୍‌ କରୁଥିବା ନେଇ ଓକିଲ ଅନନ୍ତ ଦେହାଦ୍ରୋଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଡିସେମ୍ବର ୨୯ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓ ସିବିଆଇକୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ମହୁଆ ତାଙ୍କୁ ପୂର୍ବରୁ ମଧ୍ୟ ଧମକ ଦେଉଥିଲେ। ମୁଁ କେଉଁଠି ଅଛି ସେ ଜାଣିଥିବା ନେଇ ବାରମ୍ବାର କହୁଥିଲେ। କେବଳ ସେତିକି ନୁହେଁ ମହୁଆ ଅତୀତରେ ଅନେକଙ୍କ ଉପରେ ମଧ୍ୟ ଗୁଇନ୍ଦାଗିରି କରିଥିବା ଜୟ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ଅନନ୍ତ ଦେହାଦ୍ରୋଇ ହେଉଛନ୍ତି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ | ସେ ହିଁ ମହୁଆଙ୍କ ବିରୋଧରେ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରୁଥିବା ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗରେ ସେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏକ ଚିଠି ଲେଖିଥିଲେ। ଏହାପରେ ଅକ୍ଟୋବର ୧୫ ତାରିଖରେ ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ସମାନ ଅଭିଯୋଗ କରିଥିଲେ। ଏଥିସହ ତାଙ୍କୁ ନଲମ୍ବିତ କରିବାକୁ ସେ ଦାବି କରିଥିଲେ। ଅଭିଯୋଗ ପାଇବା ପରେ ବାଚସ୍ପତି ବିର୍ଲା ଘଟଣାକୁ ଏଥିକ୍ସ କମିଟିକୁ ହସ୍ତାନ୍ତର କରିଥିଲେ। ପରେ ଏଥିକ୍ସ କମିଟିର ସୁପାରିଶ ଅନୁସାରେ ମହୁଆଙ୍କୁ ସଂସଦରୁ ନିଲମ୍ବନ କରାଯାଇଥିଲା |

Related Posts