ଭୁବନେଶ୍ୱର,2/1(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ YS ଶର୍ମିଲା ଜାନୁଆରୀ 4 ରେ କଂଗ୍ରେସରେ ଯୋଗଦେବାର ସମ୍ଭାବନା ରହିଛି। YS ଶର୍ମିଲା ମଧ୍ୟ YSR ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି।
ତେବେ ନିକଟରେ କଂଗ୍ରେସ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିଛି | କଂଗ୍ରେସ ସରକାର ଆସିବା ସହିତ ଦୀର୍ଘ ଦଶ ବର୍ଷର ଭାରତ ରାଷ୍ଟ୍ର ସମିତି (ବିଆରଏସ) ଶାସନର ଅନ୍ତ ଘଟିଛି।
ତେବେ ଗତ ନିର୍ବାଚନ ସମୟରେ YS ଶର୍ମିଲା କଂଗ୍ରେସ ଦଳକୁ ସମର୍ଥନ ଜଣାଇଥିଲେ। ବିଆରଏସ ବିରୋଧରେ ଭୋଟର ବିଭାଜନକୁ ରୋକିବା ପାଇଁ ସେ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଥିଲେ | ଯାହା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଓ କଂଗ୍ରେସ ବିଜୟରେ ସହାୟକଙ୍କ ହୋଇଥିଲା।
ଆଉ ଏବେ YS ଶର୍ମିଲା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି | ଏହି କ୍ରମରେ ଆଜି ସକାଳ 11 ଟାରେ ସେ ନିଜ ଦଳର ସମସ୍ତ ନେତାଙ୍କ ସହ ଏକ ବୈଠକ କରିଛନ୍ତି | ଯେଉଁଥିରେ ଦଳର ମିଶ୍ରଣ ଏବଂ ଭବିଷ୍ୟତ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିବାର ଚର୍ଚ୍ଚା ହେଉଛି।