ଛତିଶଗଡ଼: ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହଙ୍କୁ ବାଚସ୍ପତି କଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛତିଶଗଡ଼କୁ ମିଳିବ ୨ଉପମୁଖ୍ୟମନ୍ତ୍ରୀ। ବିଷ୍ଣୁ ଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ ଏବେ ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏହା ସହ ୨୦୦୩ରୁ ୧୦୧୮ ପର୍ଯ୍ୟନ୍ତ ୩ଥର ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟ ଭାର ସମ୍ଭାଳିଥିବା ରମଣ ସିଂହଙ୍କୁ ଏଥର ବାଚସ୍ପତି କରିଛି ବିଜେପି।

ତେବେ ଛତିଶଗଡ଼ରେ ବିଜେପି ବହୁମତ ହାସଲ କରିବା ପରେ ଦଳ କାହା ହାତରେ ରାଜ୍ୟର ଦାୟିତ୍ବ ଦେବ, ସେନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଆଜି ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ବିଷ୍ଣୁ ଦେଓ ସାଏଙ୍କ ହାତରେ ରାଜ୍ୟଭାର ଦେଇଛି ବିଜେପି। ଆଜି ଛତିଶଗଡର ରାୟପୁରରେ ନବ ନିର୍ବାଚିତ ୫୪ଜଣ ବିଧାୟକଙ୍କୁ ନେଇ ବୈଠକ କରାଯାଇଥିଲା। ଏହି ବୈଠକରେ ବିଷ୍ଣୁ ଦେଓଙ୍କୁ ଦାୟିତ୍ବ ଦେବା ନେଇ ସ୍ଥିର ହୋଇଛି। ବିଷ୍ଣୁ ଦେଓ ସାଏ ରାୟଗଡ ଲୋକସଭା ଆସନରୁ ସାଂସଦ ରହିସାରିଛନ୍ତି। ଏହା ସହ କେନ୍ଦ୍ରୀୟ ରାଜନୀତିରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। ଛତିଶଗଡ ବିଜେପିର ରାଜ୍ୟ ସଭାପତି ଦାୟିତ୍ବ ମଧ୍ୟ ସେ ଗ୍ରହଣ କରିଛନ୍ତି। ରାଜନୀତିରେ ସାଏଙ୍କର ଅଧିକ ଅଭିଜ୍ଞତା ରହିଛି। ଏମିତିି କି ଛତିଶଗଡ ଗଠନ ପୂର୍ବରୁ ସେ ମଧ୍ୟପ୍ରଦେଶ ବିଧାନସଭାରେ ବିଧାୟକ ଥିଲେ ବୋଲି ଜଣାପଡ଼ିଛି।

Related Posts