ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂର୍ବରୁ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଆଉ କିଛି ଘଣ୍ଟା ପରେ ମ୍ୟାଚ୍ ହେବାକୁ ଥିବାବେଳେ ଷ୍ଟାଡିୟମରେ ବିଦ୍ୟୁତ୍ ସଂଯୋଗ ନାହିଁ । ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ମ୍ୟାଚ୍ ପୂର୍ବରୁ ଏଭଳି ଅଭାବନୀୟ ସ୍ଥିତି ଦେଖା ଦେଇଛି ।
ଅତ୍ୟଧିକ ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଷ୍ଟାଡିୟମରୁ ଲାଇନ୍ କଟାଯାଇଥିବା ଜଣାପଡ଼ିଛି । ୩ କୋଟି ୧୬ ଲକ୍ଷ ବିଲ୍ ବାକି ପାଇଁ ୫ ବର୍ଷ ତଳୁ କଟାଯାଇଛି ଲାଇନ୍ । ତେବେ ମ୍ୟାଚ୍ ପାଇଁ ବିଶେଷ ଅନୁରୋଧରେ ଅସ୍ଥାୟୀ ସଂଯୋଗ ଦିଆଯାଇଛି । ହେଲେ ୨୦୦ କେଭିର ସଂଯୋଗ ଦିଆଯାଇଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ୨୦୦ କେଭିରେ କେବଳ ଗ୍ୟାଲେରୀ ଓ ବକ୍ସ ଆଲୋକିତ ହୋଇପାରିବ। ଫ୍ଲଡ୍ ଲାଇଟ୍ ପାଇଁ ୨୦୦ କେଭି ପର୍ଯ୍ୟାପ୍ତ ହେଉନଥିବାରୁ ଅଚଳାବସ୍ଥା ଦେଖା ଦେଇଛି । ରାୟପୁର ଷ୍ଟାଡିୟମର ଏଭଳି ସ୍ଥିତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି |