ଟନେଲରୁ ଉଦ୍ଧାର ପରେ AIIMSକୁ ଏୟାରଲିଫ୍ଟ ହେଲେ ୪୧ ଶ୍ରମିକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟନେଲରୁ ଉଦ୍ଧାର ସମସ୍ତ ୪୧ ଶ୍ରମିକଙ୍କୁ ଉତ୍ତରକାଶୀରୁ ରିଶିକେଶ ଏମସକୁ ଏୟାରଲିଫ୍ଟ କରାଯାଇଛି । ସେଠାରେ ଶ୍ରମିକଙ୍କମାନଙ୍କର ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ରିଶିକେଶ ଏମସରେ ଶ୍ରମିକମାନେ ଦିନେ ଦୁଇଦିନ ରହିପାରନ୍ତି। ପରବର୍ତ୍ତୀ ସମୟରେ ନିଜ ନିଜ ଘରକୁ ଶ୍ରମିକମାନଙ୍କୁ ଫେରାଇବାକୁ ବ୍ୟବସ୍ଥା କରାଯିବ।

ସମସ୍ତ ଶ୍ରମିକମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ମାନସିକ ଏବଂ ଶାରୀରିକ ଭାବେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମେଡିକାଲରେ ଶ୍ରମିକମାନଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଅନ୍ୟପଟେ ଶ୍ରମିକଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂଧ୍ୟା କିମ୍ବା ଆସନ୍ତାକାଲି ସକାଳେ ଶ୍ରମିକମାନଙ୍କୁ ଭେଟିବା ଲାଗି ଉତ୍ତରାଖଣ୍ଡ ଯାଇପାରନ୍ତି ମୋଦି।

Related Posts