୧୭ ଦିନର ଅପେକ୍ଷାର ଅନ୍ତ; ସଫଳ ହେଲା ରେସ୍କ୍ୟୁ ଅପରେସନ୍‌, ଏପର୍ଯ୍ୟନ୍ତ ୯ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୧୭ ଦିନର ଅପେକ୍ଷାର ଅନ୍ତ, ସଫଳ ହେଲା ରେସ୍କ୍ୟୁ ଅପରେସନ୍‌ । ଉତ୍ତରକାଶୀ ଟନେଲରୁ ଫେରିଲା ଜୀବନ । ବର୍ତ୍ତମାନ ପର୍ଯ୍ୟନ୍ତ ୯ ଶ୍ରମିକ ଉଦ୍ଧାର । ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ । ଏପର୍ଯ୍ୟନ୍ତ ୯ ଶ୍ରମିକଙ୍କୁ ବାହାରକୁ ଅଣାଯାଇଛି । ସମଗ୍ର ଦେଶବାସୀଙ୍କ ଡାକ ଶୁଣିଲେ ଭଗବାନ୍ । ମୃତ୍ୟୁକୁ ହରାଇବାର ଜିଦ୍‌ ଆଜି ଉଭୟ ଶ୍ରମିକ ଓ ରେସ୍କ୍ୟୁ ଟିମ୍‌ଙ୍କ ପାଇଁ ସଫଳତା ଆଣିଦେଇଛି ।

ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିବେ ଫସିଥିବା ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଯେଉଁଥିରେ ୫ ଜଣ ଓଡ଼ିଆ ମଧ୍ୟ ଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଉଦ୍ୟମ।

Related Posts