ପନୌତି ମୋଦୀ କହି ଫସିଲେ ରାହୁଲ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଇଲେକ୍ସନ କମିଶନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପିଏମ୍‌ ଅର୍ଥ ପନୌତି ମୋଦୀ କହି ଫସିଲେ କଂଗ୍ରେସର ୱାୟନଡ଼ ସାଂସଦ ରାହୁଲ ଗାନ୍ଧୀ। ରାହୁଲଙ୍କ ନାଁରେ ବିଜେପି ଅଭିଯୋଗ କରିବା ପରେ ଗୁରୁବାର(ନଭେମ୍ବର ୨୩) ଇଲେକ୍ସନ କମିଶନ ରାହୁଲ ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ସେ ନେଇ ଜବାବ ରଖିବାକୁ ରାହୁଲଙ୍କୁ ନୋଟିସ୍ କରିଛନ୍ତି ଇସି।

ତେବେ ମଙ୍ଗଳବାର ରାଜସ୍ଥାନର ଏକ ରାଲିରେ ସମ୍ଭୋଧନ କରିବା ସମୟରେ ରାହୁଲ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲ୍ ହାରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଥିଲେ। ପନୌତି ଭାରତକୁ ଏହି ମ୍ୟାଚ୍ ହରାଇ ଦେଲେ। ଏପରିକି ପିଏମ୍‌ ଶବ୍ଦର ଅର୍ଥ ପନୌତି ମୋଦୀ ବୋଲି ରାହୁଲ ଗାନ୍ଧୀ କହିଥିଲେ। ଏହି ଘଟଣାକୁ ନେଇ ବିଜେପି କଡ଼ା ସମାଲୋଚନା କରିବ ସହ ବୁଧବାର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ବିଜେପିର ଅଭିଯୋଗ କ୍ରମେ ଇଲେକ୍ସନ କମିଶନ ରାହୁଲଙ୍କୁ ନୋଟିସ୍ କରିଛନ୍ତି।

Related Posts