ନିକାରାଗୁଆର ସେଏନିସ୍‌ ପାଲାସିଓ ଜିତିଲେ’ ମିସ୍‌ ୟୁନିଭର୍ସ ୨୦୨୩’ର ମୁକୁଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ପିନ୍ଧିଛନ୍ତି। ଯେଉଁଥିରେ ୯୦ ଟି ଦେଶରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ୨୩ ବର୍ଷ ବୟସ୍କା ଶ୍ୱେତା ଶାରଦା ଭାରତରୁ ଯାଇଥିଲେ । ହେଲେ ଏହାକୁ ଶ୍ରେଷ୍ଠ ୧୦ରେ ବି ସ୍ଥାନିତ କରିପାରି ନଥିଲେ।

ତେବେ ‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ସେଏନିସ୍‌ ପାଲାସିଓଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍‌ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍‌ ଉପସ୍ଥାପିକା ମାରିଆ ମିନୋନସ୍‌।

Related Posts