ଜମ୍ମୁ ଓ କାଶ୍ମୀରର ନୂଆ ଡିଜିପି ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଆ ପୁଅ ହେଲେ ଜମ୍ମୁ ଓ କାଶ୍ମୀରର ନୂତନ ପୋଲିସ ମହାନିର୍ଦ୍ଦେଶକ । ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜମ୍ମୁ ଓ କାଶ୍ମୀରର ୧୭ ତମ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ।

ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲ୍‌ବାଗ ସିଂ ଗତକାଲି ଅବସର ନେବା ପରେ ଆଜି ଶ୍ରୀନଗର ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଶ୍ମି ରଞ୍ଜନ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୧ ବ୍ୟାଚ୍ ଅଫିସର ରଶ୍ମି ରଞ୍ଜନ ସ୍ୱାଇଁ ଏହା ପୂର୍ବରୁ ଜମ୍ମୁ ଓ କାଶ୍ମୀରର କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ଥିଲେ ।

Related Posts