ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ୩୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକା ଅନୁସାରେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସରଦାରପୁରାରୁ ନିର୍ବାଚନ ଲଢ଼ିବେ। ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଟୋଙ୍କରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।
ପ୍ରଥମ ପ୍ରାର୍ଥୀ ତାଲିକାରେ ସଚିନ ପାଇଲଟଙ୍କ ଗ୍ରୁପ୍ରୁ ୪ ନେତାଙ୍କୁ ଟିକେଟ୍ ମିଳିଛି। ରାଜସ୍ଥାନ ବାଚସ୍ପତି ସିପି ଜୋଶୀ ନାଥଦ୍ୱାରାରୁ ନିର୍ବାଚନ ଲଢ଼ିବେ, ଆର୍ପିସିସି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସାରା ଲକ୍ଷ୍ମଣଗଡ଼ରୁ ନିର୍ରବାଚନ ଲଢ଼ିବେ ବୋଲି ତାଲିକାରେ ଲେଖା ଯାଇଛି।
ଶୁକ୍ରବାର ଦୌସାରେ ଏକ ରାଲିକୁ ସମ୍ବୋଧନ କରି ସମସ୍ତ ବିଧାୟକଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ଦୋସା ଜିଲ୍ଲାର ମୋଟ ୫ ବିଧାନସଭା ସିଟ୍ ରହିଛି। ସେଥିମଧ୍ୟରୁ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ଜିତିଥିବା ବେଳେ ୪ଟିରେ କଂଗ୍ରେସ ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀ ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ସମର୍ଥନ ଦେଇଛନ୍ତି। ସୂଚନା ଥାଉକି ନଭେମ୍ବର ୨୫ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ଗଣତି କରାଯିବ।