ଭାରତ-ପାକିସ୍ତାନ ମହାମୁକାବିଲା: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଇଶାନଙ୍କ ସ୍ଥାନରେ ଖେଳିବେ ଗିଲ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟିମ୍‌ ଇଣ୍ତିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଶୁବମନ୍‌ ଗିଲ୍‌ଙ୍କୁ ଦଳରେ ସାମିଲ କରାଯାଇଛି । ଇଶାନ କିଶାନଙ୍କ ସ୍ଥାନରେ ଖେଳିବେ ଶୁବମନ ଗିଲ୍ ।

ଟିମକୁ ଫେରିଛନ୍ତି ଷ୍ଟାର୍ ଓପନର୍ ଶୁବମନ ଗିଲ୍ । ଡେଙ୍ଗୁରୁ ସୁସ୍ଥ ହେବା ପରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି ଶୁବମନ । ଇଶାନ କିଶନଙ୍କ ସ୍ଥାନରେ ଶୁବମନଙ୍କୁ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଦଳରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୱାନ୍ ଡେ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ । ସେପଟେ ପାକିସ୍ତାନ ଏହି କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିବ । ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଭାରତର ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ମଧ୍ୟରେ ହେବ କଡ଼ା ମୁକାବିଲା । ଉଭୟ ଟିମରେ ରହିଛନ୍ତି ଗେମ୍ ଚେଞ୍ଜର୍ ଓ ଅଭିଜ୍ଞ ଖେଳାଳି ।

ଭାରତୀୟ ଦଳ: ଶୁବମନ୍‌ ଗିଲ୍‌, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅୟର, କେ.ଏଲ୍‌.ରାହୁଲ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ତ୍ୟା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା

ପାକିସ୍ତାନ ଦଳ: ଅବଦୁଲ୍ଲା ସଫିକ୍‌, ଇମାମ୍‌ ଉଲ୍‌ ହକ୍‌, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜ୍ଜୱାନ୍‌, ସଉଦ୍‌ ସକିଲ୍‌, ଇଫ୍‌ତିକାର୍‌ ଅହମ୍ମଦ, ସଦାବ ଖାନ୍‌, ମହମ୍ମଦ ନୱାଜ୍‌, ହାସନ୍‌ ଅଲି, ସାହିନ୍‌ ଆଫ୍ରିଦି, ହାରିସ୍‌ ରଫ୍‌

Related Posts