ସମସ୍ତ ରାଜ୍ୟ ସୂଚନା ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; RTI ଆବେଦନର ଶୁଣାଣିରେ ଭିଡ଼ିଓ କନଫରେନ୍ସିଂ ସୁବିଧା ଦିଅ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୂଚନା ଅଧିକାର ଆଇନ ୨୦୦୫ ଅଧୀନରେ ହେଉଥିବା ସମସ୍ତ ଆବେଦନର ଶୁଣାଣି ଅତ୍ୟାଧୁନିକ ପ୍ରଣାଳୀରେ କରିବାକୁ ସୋମବାର ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୂଚନା ଅଧିକାର ଆଇନ ଅଧୀନରେ ସମସ୍ତ ଅଭିଯୋଗ ଏବଂ ଆବେଦନ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ପାଇଁ ଏକ ବିକଳ୍ପ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସୂଚନା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହିତ ସମସ୍ତ ମକଦ୍ଦମାକାରୀଙ୍କ ପାଇଁ ଇ-ଫାଇଲ୍ ସୁଗମ ହେବା ନିଶ୍ଚିତ କରିବାକୁ କୋର୍ଟ ରାଜ୍ୟ ସୂଚନା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଦିନରେ ଟେକ୍ନୋଲୋଜିର ବ୍ୟବହାର ଏକ ବିକଳ୍ପ ନୁହଁ ବରଂ ଏହା ଏକ ଆବଶ୍ୟକତା ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ ସୂଚନା ଆୟୋଗ ଭିଡ଼ିଓ କନଫରେନ୍ସିଂରେ ଶୁଣାଣି ବିକଳ୍ପ ଦେଉଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ସୁବିଧାଜନକ ହଉଛି, ତେଣୁ ରାଜ୍ୟ ସୂଚନା ଆୟୋଗମାନେ ମଧ୍ୟ ଏହି ସୁବିଧା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts