ବିଶ୍ୱକପ୍‌ ୨୦୨୩ : ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ଗିଲ୍‌ଙ୍କ ସ୍ଥାନରେ ଓପନିଂ କରିବେ କିଷାନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଇସିସି ବିଶ୍ୱକପ୍‌ ୨୦୨୩ । ରବିବାର ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ୫ମ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଯାହାଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ । ଚଳିତ ବିଶ୍ୱକପ୍‌ରେ ଉଭୟ ଟିମ୍‌ର ଏହା ପ୍ରଥମ ମୁକାବିଲା । ତେଣୁ ବିଜୟ ସହ ଆରମ୍ଭ କରିବାକୁ ପ୍ରୟାସ କରିବେ ଉଭୟ ଦଳ ।

ଚେନ୍ନାଇରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମୁକାବିଲାରେ ଲଢେଇ ଜୋରଦାର ହେବା ଆଶା ରହିଛି । ଅଷ୍ଟ୍ରେଲିଆ ଟିମ୍‌ ପାଞ୍ଚ ଥର ବିଶ୍ୱକପ୍‌ ଟ୍ରଫି ଜିତି ଥିବା ବେଳେ ଭାରତୀୟ ଟିମ୍‌ ଦୁଇ ଥର ଚମ୍ପିଆନ୍‌ ହୋଇଛି । ତେବେ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ଦଳରେ ଥିବା କିଛି ଖେଳାଳି ଭାରତୀୟ ଟିମ୍‌ ପାଇଁ ଘାତକ ସାଜିପାରନ୍ତି । ଖାସ୍‌ କରି ପେସ୍‌ ବାହିନୀ । ହେଲେ ଚେନ୍ନାଇ ପିଚ୍‌ ସ୍ପିନ୍‌କୁ ସୁହାଇବ । ଯାହାଫଳରେ ଭାରତୀୟ ସ୍ପିନରମାନେ ମଧ୍ୟ କଡ଼ା ଟକ୍କର ଦେବାର ଆଶା ମଧ୍ୟ ରହିଛି । ତେବେ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଜୋରଦାର ଝଟ୍‌କା । ଡେଙ୍ଗୁ ପାଇଁ ପ୍ରଥମ ମ୍ୟାଚ୍‌ ଖେଳିବେନି ଯୁବ ଓପନର ଶୁଭମନ୍‌ ଗିଲ୍‌ । ତାଙ୍କ ବଦଳରେ ଇଷାନ୍‌ କିଷାନ୍‌ଙ୍କୁ ସାମିଲ୍‌ କରାଯାଇଛି । ସେ ଗିଲ ଙ୍କ ବଦଳରେ ରୋହିତ ଶର୍ମାଙ୍କ ସହିତ ଓପନିଂ କରିବେ।

ଭାରତୀୟ ଦଳ-

ରୋହିତ ଶର୍ମା (ଅଧିନାୟକ), ଇଷାନ୍‌ କିଷାନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, କୁଲଦୀପ ଯାଦବ, ଜଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଦଳ –

ଡେଭିଡ୍‌ ଓ୍ୱାର୍ଣ୍ଣର, ମିଚେଲ୍‌ ମାର୍ସ, ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ ଲାବୁସେନ୍‌, ଗ୍ଲେନ୍‌ ମାକ୍ସଓ୍ୱେଲ୍‌, ଆଲେକ୍ସ କେରୀ, କ୍ୟାମେରୁନ୍‌ ଗ୍ରୀନ୍‌, ପ୍ୟାଟ୍‌ କମିନ୍ସ (ଅଧିନାୟକ), ମିଚେଲ୍‌ ଷ୍ଟାର୍କ, ଆଡମ ଜାମ୍ପା, ଜୋଷ ହେଜେଲହୁଡ୍‌ ।

Related Posts