ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏସିଆନ ଗେମ୍ସରେ ବୁଧବାର(ଅକ୍ଟୋବର ୪) ସ୍ୱର୍ଣ୍ଣ ପଦକ ଜିତିଲେ ଜାଭେଲିନ୍ ଷ୍ଟାର୍ ନୀରଜ ଚୋପ୍ରା। ସେହିପରି ଓଡ଼ିଆ ପୁଅ କିଶୋର ଜେନା ଜାଭେଲିନ୍ ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଚୀନର ହାଙ୍ଗଝୋରେ ଖେଳାଯାଉଥିବା ଏସିାନ ଗେମ୍ସ ୨୦୨୩ରେ ପୁରୁଷ ଜାଭେଲିନ୍ ଥ୍ରୋ ବର୍ଗରେ ନୀରଜ ଚତୁର୍ଥ ଥର ପ୍ରୟାସ କରି ୮୮.୮୮ମଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ।
ତେବେ ଏସିଆନ୍ ଗେମ୍ସରେ ଗତ ୪ ବର୍ଷ ତଳେ ସ୍ୱର୍ଣ୍ଣ ହାସଲ କରିଥିଲେ ନୀରଜ। ଗତକାଲି ମହିଳା ବର୍ଗରେ ଅନୁ ରାଣୀ ଜାଭେଲିନ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିିିଥିଲେ।
ସୂଚନା ଅନୁସାରେ, ନୀରଜ ପ୍ରଥମ ପ୍ରୟାସରେ ୮୨.୩୮ ମିଟର ଜାଭେଲିନ ଫିଙ୍ଗିଥିଲେ। ଦ୍ୱିତୀୟ ଥ୍ରୋରେ ୮୪.୪୯ ମିଟର ଦୂର ଫିଙ୍ଗିଥିଲେ। ସେହିପରି ଚତୁର୍ଥ ପ୍ରୟାସରେ ସେ ୮୮.୮୮ ମିଟର ଜାଭେଲିନ ଫିଙ୍ଗିଥିବା ବେଳେ ପଞ୍ଚମରେ ୮୦.୮୦ ମିଟର ଦୂରକୁ ଜାଭେଲିନ ଫିଙ୍ଗିବାର ସକ୍ଷମ ହୋଇଥିଲେ।
ଅନ୍ୟପଟେ କିଶୋର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ସେ ମାତ୍ର ୮୭.୫୪ ମିଟର ଦୂରକୁ ଜାଭେଲିନ ଫିଙ୍ଗିବାରେ ସକ୍ଷମ ହୋଇଥିଲେ। ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ହେଲେ ନିଜ କ୍ୟାରିୟର ର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି କିଶୋର।