ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଉପରେ ମାଡ଼ ହୋଇଛି ହିରୋସୀମାରେ ପଡ଼ିଥିବା ପରମାଣୁ ବୋମା । ତେବେ ୟୁକ୍ରେନ୍ରେ ଗଚ୍ଛିତ ଥିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ରୁଷ ଏପରି ପଦକ୍ଷେପ ନେଇଥିଲା । ଏହି କିଞ୍ଜଲ ମିସାଇଲ୍ ହିରୋସୀମା ଉପରେ ପଡ଼ିଥିବା ପରମାଣୁ ବୋମା ଠାରୁ ୩୩ ଗୁଣ ଅଧିକ ପ୍ରଭାବଶାଳୀ ।ଯେତେବେଳେ ଋଷ୍ କିଞ୍ଜଲ ମିସାଇଲ୍ ପରୀକ୍ଷଣ କରୁଥିଲା ସେତେବେଳେ ତାକୁ ଗେମ୍ ଚେଞ୍ଜର ବୋଲି କୁହାଯାଇଥିଲା ।
ହେଲେ ବର୍ତ୍ତମାନ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ଋଷ୍ । ଏହି ସମୟରେ ଋଷ୍ କିଞ୍ଜଲ ମିସାଇଲ୍ର ବ୍ୟବହାର କରିଥିବା ବେଳେ ଏହି ଯୁଦ୍ଧ କେଉଁ ମୋଡ଼ ନେଉଛି ତାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି । ସେପଟେ କିଞ୍ଜଲ ମିସାଇଲ୍ ଆକାଶରେ ଲଞ୍ଚ ହେଉଥିବା ଏକ ହାଇପର ସୋନିକ୍ ମିସାଇଲ୍ । ଏହାର ରେଞ୍ଜ ୧୫୦୦ କିଲୋମିଟରରୁ ୨୦୦୦ କିଲୋମିଟର ବୋଲି କୁହାଯାଉଛି । ଏହା ୪୮୦ କିଲୋ ନ୍ୟୁକ୍ଲିୟର୍ ବହନ କରିପାରେ । ହିରୋସୀମା ଉପରେ ପଡ଼ିଥିବା ବୋମା ଠାରୁ ଏହା ୩୩ ଗୁଣା ଘାତକ ।