ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି; ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସହବ ପାଳନ କରୁଛି। ଏହି ଅବସରରେ ମାଓବାଦୀଙ୍କ ସହିଦ ସ୍ତମ୍ଭରେ ଉଡିଛି ତ୍ରିରଙ୍ଗା ପତାକା। ଆଜି ଚିତ୍ରକୋଣ୍ଡାରେ ସ୍ୱାଭିମାନ ଅଞ୍ଚଳରେ ଖଜୁରୀଗୁଡା, ଦରଲାବେଡା, ବିହାନଗୁଡି ତଥା ସ୍ୱାଭିମାନ ଅଂଚଳର ଅନ୍ୟାନ୍ୟ ଗ୍ରାମ ନିକଟରେ ଥିବା ମାଓବାଦୀଙ୍କ ସହିଦ ସ୍ତମ୍ଭରେ ଅଞ୍ଚଳବାସୀ ରବିବାର ଜାତୀୟ ପତାକା ଉଡ଼ାଇ ସମ୍ପୂର୍ଣ ମାଓବାଦୀ ମୁକ୍ତ ଅଞ୍ଚଳର ବାର୍ତ୍ତା ଦେଇଛନ୍ତି।

ଦିନେ ଏହି ସହିଦ ସ୍ତମ୍ଭରେ କଳା ପତାକା ଉଡ଼ା ଯାଉଥିଲା ବେଳେ ଏହି ସହିଦ ସ୍ତମ୍ଭ ନିକଟରେ ମାଓବାଦୀଙ୍କ ସହିଦ ଦିବସ ପାଳନ ହେଉଥିଲା। ଅଞ୍ଚଳବାସୀ ବାଧ୍ୟ ବାଧକତାରେ ମାଓବାଦୀଙ୍କୁ ସମର୍ଥନକରି କଳା ପତାକା ଉଡାଇ କଳା ଦିବସ ପାଳନ କରୁ ଥିଲେ। ଚଳିତ ବର୍ଷ ମଧ୍ୟ ମାଓବାଦୀମାନେ ଏହି ଅଞ୍ଚଳରେ ସ୍ୱାଧୀନତା ଦିବସକୁ କଳା ଦିବସ ପାଳନ କରିବା ନିମନ୍ତେ ପୋଷ୍ଟର ଓ ବେଣର ଲଗାଇ ଆହ୍ୱାନ ଦେଇ ଥିଲେ। ତବେ ଅଞ୍ଚଳବାସୀ ଏହାକୁ ବେଖାତିର କରି କଳା ପତାକା ଛାଡି ସହିଦ ସ୍ତମ୍ଭ ଉପରେ ଜାତୀୟ ପତାକା ଧରିଥିବା ଦେଖିବାକୁ ମିଳିଛି।

Related Posts