ଏଣିକି ପୁରୁଣା ଗାଡ଼ିରେ ବି ଲାଗିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ପୁରୁଣା ଗାଡ଼ିରେ ବି ଲାଗିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ସେପଟେ ସମୟ ପୂର୍ବରୁ ଯଦି ଏହି କାମ ନ କରୁଛନ୍ତି, ତାହେଲେ ଟ୍ରାଫିକ୍ ପୁଲିସ ଅଥବା ସିସିଟିଭି କ୍ୟାମେରାରେ ଧରାପଡ଼ିଗଲେ ୫ ହଜାରରୁ ୧୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଦେବେ। ଏଚ୍‌ଏସ୍‌ଆରପି ପାଇବା ପାଇଁ ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । ଏଥି ଆଇ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ ଏକ ୱେବ୍ ପୋର୍ଟାଲ (ଙ୍ଗଙ୍ଗଙ୍ଗ.ଗ୍ଦସବଜ୍ଞ.ସଦ୍ଭ) ପ୍ରସ୍ତୁତ କରାଯାଇଛି, ଯେଉଁଥିରେ କି ଗାଡିର ମାଲିକ ନିଜ ଗାଡ଼ି ସଂପର୍କିତ ଆବଶ୍ୟକ ତଥ୍ୟ ଦେଇ ନିଜ ପସନ୍ଦ ଅନୁସାରେ ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର‌୍ୟ୍ୟ କରିପାରିବେ ।

ନିଜ ବାହନରେ ଏସ୍‌ଏଚଆରପି ଲଗାଇବା ପାଇଁ ମାଲିକ କିପରି ତାଙ୍କ ଗାଡି ନମ୍ବର ପ୍ଲେଟ୍ ପରିବର୍ତ୍ତନ ପାଇଁ ଆବେଦନ କରିବେ ସେନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ପୂର୍ବରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଗାଡ଼ିର ମାଲିକ ସିଆମ୍ ପୋର୍ଟାଲକୁ ଯାଇ ‘ବୁକ୍ ମାଇଁ ଏଚଏସଆରପି’ରେ କ୍ଲିକ୍ କରିବେ । ଏହାପରେ ପୋର୍ଟାଲରେ ଗାଡି ସଂପର୍କିତ ସୂଚନା ଦେବେ। କେଉଁ କମ୍ପାନି ଗାଡି, ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର ଲେଖିବାକୁ ପୋର୍ଟାଲ ପକ୍ଷରୁ କୁହାଯିବ। ପରବର୍ତ୍ତୀ ପର‌୍ୟ୍ୟାୟରେ ରାଜ୍ୟ ସରକାରଙ୍କ ବାହାନ ପୋର୍ଟାଲରୁ ଗାଡି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏହି ପୋର୍ଟାଲରେ ଯଦି ସବୁ ତଥ୍ୟ ଠିକ ଥାଏ ତେବେ କେଉଁ ଦିନ, କେଉଁ ସ୍ଥାନରେ ଗାଡି ନମ୍ବର ଲଗାଇବାକୁ ଚାହୁଁଛନ୍ତି ସେ ନେଇ ବିକଳ୍ପ ଆସିଯିବ ।

Related Posts