ରେପୋ ରେଟ୍‌ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି: ଭାରତର ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବୁଧବାର ଦିନ ରେପୋ ରେଟ୍‌ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ରୋକିବା ଲାଗି ବୁଧବାର ଦିନ ଭାରତର ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୪.୯୦%କୁ ବଢ଼ାଇଛି | ଏନେଇ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

‘ମିନିଟାରି ପଲିସି କମିଟି’ର ୩ ଦିନିଆ ବୈଠକ ପରେ ଗଭର୍ଣ୍ଣର୍‌ ଦାସ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।

କୋଭିଡ୍‌-୧୯ ଜନିତ ଲକ୍‌ଡାଉନ୍‌ ପ୍ରଭାବକୁ ଏଡ଼ାଇବା ଲକ୍ଷ୍ୟରେ ୨୦୨୦ ମାର୍ଚ ମାସରେ ‘ଭାରତର ରିଜର୍ଭ ବ୍ୟାଙ୍କ୍‌’ ରେପୋ ରେଟ୍‌ ହ୍ରାସ କରିବା ସହ ପ୍ରାୟ ୨ ବର୍ଷ ଧରି ବେଞ୍ଚ୍‌ମାର୍କ ସୁଧହାରରେ ସ୍ଥିତାବସ୍ଥା ଜାରି ରଖିଥିଲା। ପରେ ୨୦୨୨ ମେ ୪ ତାରିଖରେ ଉକ୍ତ ସୁଧହାର ବୃଦ୍ଧି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରେପୋ ରେଟ୍‌ ଅଥବା ‘ରିପର୍ଚେଜିଙ୍ଗ୍‌ ଅପ୍‌ସନ୍‌ ରେଟ୍‌’ରେ ରିଜର୍ଭ ବ୍ୟାଙ୍କ୍‌ ବାଣିଜ୍ୟିକ ବ୍ୟାଙ୍କ୍‌ଗୁଡ଼ିକୁ ଟଙ୍କା ଋଣ ଦେଇଥାଏ।

ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବଢ଼ାଇ ୪.୯୦%କୁ ବୃଦ୍ଧି କରାଇବା ପାଇଁ ମନିଟାରି ପଲିସି କମିଟି ସର୍ବସମ୍ମତ ହୋଇ ଭୋଟ୍‌ ଦେଇଥିବା କଥା ଗଭର୍ଣ୍ଣର ଦାସ କହିଛନ୍ତି।

ଏହା ପୂର୍ବରୁ ଆରବିଆଇ ମେ’ ୪ରେ ହଠାତ ରେପୋ ରେଟ୍‌ରେ ୪୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା । ଏହି ପରିପ୍ରେକ୍ଷୀରେ ସିଆରଆରକୁ ମଧ୍ୟ ୦.୫୦ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଥିଲା । ଦେଖିବାକୁ ଗଲେ ପ୍ରାୟ ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ବୃଦ୍ଧି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ମୁଦ୍ରାସ୍ଫିତୀ ଦର ଲଗାତର ୬ ପ୍ରତିଶତ ଉପରେ ରହିଛି । ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Related Posts