(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର ; ଦିଲ୍ଲୀ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ତିନୋଟି କୋଭିଡ କେୟାର ସେଣ୍ଟର ସ୍ଥାପନ ହୋଇଛି । ବୁଧବାର ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ହାମାର୍ଡ ଫାଉଣ୍ଡେସନ ଓ ସେବାଭାରତୀଙ୍କ ସହାୟତାରେ ଶାହାଦରା , ରୋହିଣୀ ଓ ଦ୍ୱାରକା ଠାରେ ଏହି କେନ୍ଦ୍ର ଗୁଡିକ ଖୋଲା ଯାଉଛି । ଶାହାଦାର କେନ୍ଦ୍ରରେ ୭୦ଟି ବେଡ୍ , ସେଥି ମଧ୍ୟରୁ ୨୦ ଟିରେ ଅମ୍ଲଜାନ ସିଲିଣ୍ଡରର ବ୍ୟବସ୍ଥା ରହିଛି । ସେହିପରି ରୋହିଣୀରେ ଖୁବଶୀଘ୍ର କୋଭିଡ କେୟାର ସେଣ୍ଟର ଖୋଲିବ । ଏକ ସରକାରୀ ବିବୃତିରେ ଦିଲ୍ଲୀ ପୋଲିସର ଲୋକ ସମ୍ପର୍କ ସୂଚନା ଅଧିକାରୀ ଚିନ୍ମୟ ବିଶ୍ୱାଳ କହିଛନ୍ତି , ଶାହାଦର ପୋଲିସ ଷ୍ଟେସନରେ ନୂତନ ଭାବେ ନିର୍ମିତ କ୍ୱାର୍ଟରକୁ କୋଭିଡ କେୟାର ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରାଯାଇଛି । ସେ ସୂଚନା ଦେଇଛନ୍ତି ଯେ , ରୋହିଣୀ ଓ ଦ୍ୱାରକା ସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟର ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ । ବିଶ୍ୱାଳ କହିଛନ୍ତି , ହାମାର୍ଡ ଫାଉଣ୍ଡେସନ ନର୍ସ ଏବଂ ଅନ୍ୟାନ ପାରାମେଡିକାଲ ଷ୍ଟାଫ୍ ଯୋଗାଉଥିବା ବେଳେ ଜିଟିବି ହସ୍ପିଟାଲ ଡାକ୍ତର ଯୋଗାଇ ଦେବ । ସେହିପରି ସେବା ଭାରତୀ ଅମ୍ଲଜାନ ସିଲିଣ୍ଡର ଯୋଗାଇଦେବ । ସେହିପରି ଦିଲ୍ଲୀ ପୋଲିସ ଉତ୍ସରୁ ଆମ୍ବୁଲାନ୍ସ , ମେଡିସିନ ଓ ଅନ୍ୟାନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
Related Posts
-
Copyright © SatyaPatha2021