ରାଷ୍ଟ୍ରପତିଙ୍କୁ ଭେଟିବେ ଓଡିଶାର ୨୫ ବିଧାୟକ

ଭୁବନେଶ୍ୱର: ଭାରତକୁ ମିଳିଛି ନୂଆ ରାଷ୍ଟ୍ରପତି । ଓଡ଼ିଶାର ଆଦିବାସୀ ଝିଅ ସମଗ୍ର ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ଏହାରି ମଧ୍ୟରେ ଆସନ୍ତା ୨ ତାରିଖରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ବିଧାୟକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ୨୫ ଜଣିଆ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଗସ୍ତ କରିବ ।

୩ ତାରିଖରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ୨୫ ଜଣ ବିଧାୟକ । ବିଜେଡିର ୧୫ ବିଧାୟକ, ବିଜେପିର ୬ ଜଣ ଓ କଂଗ୍ରେସର ୩ ବିଧାୟକ ଦିଲ୍ଲୀ ଗସ୍ତ କରି ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି ।

Related Posts