ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କଲେ ଓଡ଼ିଶାର ୨୪ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶାର ୨୪ ଜଣ ବିଧାୟକ ବୁଧବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ଏହାପରେ ସେମାନେ ସକାଳ ୧୦ଟା ୪୫ ରେ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସବୁ ଦଳର ବିଧାୟକ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ରାଷ୍ଟ୍ରପତିଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଫଟୋ, ମହାପ୍ରସାଦ ଏବଂ ଅନ୍ୟାନ୍ୟ ସ୍ମରଣିକା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ଜଣ ବିଧାୟକ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଥିଲେ।ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ୧୫ଜଣ, ଭାଜପାର ୬ଜଣ ଏବଂ କଂଗ୍ରେସର ୩ଜଣ ବିଧାୟକ ରହିଛନ୍ତି।

Related Posts