୨୦୦ କୋଟି ଟଙ୍କା ଠକେଇ ମାମଲା; ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କୁ ଇଓଡ଼ବ୍ଲୁର ଜେରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଡୁଆରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଫସିଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଆଜି ଦିଲ୍ଲୀ ପୁଲିସ୍‌ର ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ୍‌ସ ଜେରା ଆରମ୍ଭ କରିଛି। ଜାକ୍‌ଲିନ୍‌ ସକାଳ ପ୍ରାୟ ୧୧.୩୦ ସମୟରେ ଦିଲ୍ଳୀର ମନ୍ଦିର ମାର୍ଗରେ ଥିବା ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ୍‌ସ (ଇଓଡ଼ବ୍ଲୁ) କାର୍ଯ୍ୟାଳୟରେ ପହଞ୍ଚିଥିଲେ।ସୁକେଶଙ୍କ ସହ ସଂପର୍କରେ ଥିବା ସମୟରେ ନେଇଥିବା ଉପହାର ସଂପର୍କରେ ପ୍ରଶ୍ନ କରିବାକୁ ଦିଲ୍ଳୀ ପୁଲିସ୍‌ ଏକ ଦୀର୍ଘ ତାଲିକା ପ୍ରସ୍ତୁତ କରିଛି ବୋଲି ସୂଚନା ମିଳିଛି।

ଜାକ୍‌ଲିନ୍‌ ଓ ସୁକେଶଙ୍କ ମଧ୍ୟରେ ମଧ୍ୟସ୍ଥତା କରି ସେମାନଙ୍କ ସଂପର୍କ ଆରମ୍ଭ କରାଇଥିବା ପିଙ୍କି ଇରାନୀଙ୍କୁ
ଇଓଡ଼ବ୍ଲୁ ପକ୍ଷରୁ ସମନ ଜାରି କରାଯାଇଥିଲା। ସେ ମଧ୍ୟ ଆଜି ଜେରା ସମୟରେ ସାମିଲ୍‌ ରହିବେ। ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ଘଟଣାର ସ୍ପଷ୍ଟତା ପାଇଁ ଜାକ୍‌ଲିନ୍‌ ଓ ପିଙ୍କିଙ୍କୁ ଜେରା ସମୟରେ ସାମ୍ନାସାମ୍ନି କରାଯିବ। ଜାକ୍‌ଲିନ୍‌ଙ୍କୁ ଆଗାମୀ ୨ ଦିନ ମଧ୍ୟ ଜେରା କରାଯିବ ବୋଲି ସୂଚନା ରହିଛି। ସେହି କାରଣରୁ ତାଙ୍କୁ ଜେରା ନସରିବା ପର୍ଯ୍ୟନ୍ତ ଦିଲ୍ଲୀରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ମାସ ୨୧୫ କ‌ୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ ଘୋଷଣା କରିବା ପରେ ଏହି ମାମଲାରେ ସେ ପୂରାପୂରି ଛନ୍ଦି ହୋଇ ପଡ଼ିଛନ୍ତି।

ବିଶେଷସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ଅର୍ଥରୁ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ଭାଗ ପାଉଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଛି।ସୁକେଶ ଚନ୍ଦ୍ରଶେଖର ଜଣେ ବଟି ଆଦାୟକାରୀ ବୋଲି ଫର୍ଣ୍ଣାଡିଜ୍‌ ଜାଣିଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ସନ୍ଦେହ କରୁଛି।

Related Posts