ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୪୦ଟି ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୁକ୍ତ ଦୁଇ ପଢ଼ାକୁ ହାଇସ୍କୁଲରେ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି ସରକାର। ଏହାକୁ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି ଯେ, ଆସନ୍ତା ଶିକ୍ଷାବର୍ଷରୁ ହାଇସ୍କୁଲରେ ଏକାଦଶ ପାଠପଢା ଆରମ୍ଭ ହେବ।

ପ୍ରଥମ ପର୍ଯ୍ୟାୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟର ୪୦ଟି ଉଚ୍ଚ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏ ନେଇ ବର୍ତ୍ତମାନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏହି ସ୍ୱତନ୍ତ୍ର ଶିକ୍ଷକ ମାନେ ଆସନ୍ତା ଶିକ୍ଷବର୍ଷରୁ ନୂଆ ଖୋଲିବାକୁ ଥିବା ଏକାଦଶ ଶ୍ରେଣୀ ପାଇଁ ନିଯୁକ୍ତ ହେବେ ବୋଲି ସେ ସୂଚନା ଦେଇଛନ୍ତି।

Related Posts