(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ୍ ଉପର ତଳ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗିଛି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୯୨ ଜଣକୁ ବୃଦ୍ଧି ପାଇଛି । ଅପରପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୧୧୬ ଜଣ ପିଲା ଚିହ୍ନଟ ହୋଇଥିବା ବେଳେ ୬୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୬୨ଟି ହେଉଛି ଲୋକାଲ୍ କେସ୍।
ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୮ ଜଣ , ଅନୁଗୋଳରୁ ୫ ଜଣ ,ବାଲେଶ୍ୱରରୁ ୨୩, ବରଗଡ଼ରୁ ୪, ଭଦ୍ରକରୁ ୧୦, ବଲାଙ୍ଗିରରୁ ୩, ବୌଦ୍ଧରୁ ଜଣେ, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୨, ଗଜପତିରୁ ୩, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୪, କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧୭, ନୂଆପଡ଼ାରୁ ଜଣେ, ପୁରୀରୁ ୧୬, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୨୨ ଜଣ ଅଛନ୍ତି। ସେହିଭଳି ଷ୍ଟେଟ୍ ପୁଲ୍ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ ଜଣେ ବି ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୭୧୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୪୮ ଜଣ ସୁସ୍ଥ ହୋଇସାରିଛନ୍ତି। ୭,୦୨୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
ସେହିପରି ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨ ଜଣ, ବଲେଶ୍ବର ,ଢ଼େଙ୍କନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୧୫ ହଜାର ୭୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭ ହଜାର ୦୨୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦ ଲକ୍ଷ ୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୭୯୩୯୯୭ ସାମ୍ପୁଲ ଟେଷ୍ଟ୍ ହୋଇଛି।