ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ସୁରକ୍ଷିତ ଉଦ୍ଧାର ହେଲେ ରୋଗୀ ଓ ସମ୍ପର୍କୀୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରୋଗୀ, ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ ଚାଳକ। ଯାଜପୁର କୁଆଖିଆ ଥାନା ତାରିଣୀ ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ଏହି ଆମ୍ବୁଲାନ୍ସଟି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ନେଇ କଟକ ବଡ଼ ମେଡ଼ିକାଲକୁ ଯାଉଥିଲା। ଏହି ସମୟରେ ତାରିଣୀ ଛକ ନିକଟରେ କୌଣସି କାରଣରୁ ଆମ୍ବୁଲାନ୍ସଟି ରାସ୍ତା କଡ଼ ବାଡ଼ରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଡ୍ରାଇଭର ସମେତ ୨ଜଣ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର କରି ଅନ୍ୟ ଗାଡ଼ି ଯୋଗେ ଯାଜପୁର ଟାଉନକୁ ପଠାଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ ଉଦ୍ଧାର କରିଛି ଓ ତଦନ୍ତ ଆରମ୍ଭ କରିଛି।

Related Posts