ଦେଶରେ ବଢୁଛି ଓମିକ୍ରନ ର ଚିନ୍ତା । ଦିଲ୍ଲୀରେ ଓମିକ୍ରନ ଭ୍ୟାରିଏଣ୍ଟର ୪ଟି ନୂଆ ମାମଲା ସାମ୍ନାକୁ ଆସିଥିବା ନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । ମାତ୍ର ଆଜିର ସଂକ୍ରମିତଙ୍କୁ ମିଶାଇ ଦିଲ୍ଲୀ ଓ NCR ରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।
ତେବେ ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଜୈନ କହିଛନ୍ତି, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ଅନ୍ୟ ୫ ଜଣ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ନିକଟରେ ମଧ୍ୟ କୌଣସି ଜଟିଳତା ପ୍ରକାଶ ପାଇନାହିଁ । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି ।ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫ ଜଣ ସଂକ୍ରମିତଙ୍କ ସହ ୩ ସନ୍ଧିଗ୍ଧଙ୍କୁ ଦିଲ୍ଲୀର ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ (LNJPN) ରେ ଭର୍ତ୍ତି କରାଯାଇଛି ।