ଲଗାତର ଭାବେ ଦେଶରେ ବଢ଼ୁଛି କରୋନାର ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ଲକ୍ଷ ୭୯ ହଜାର ୭୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦୈନିକ ସଂକ୍ରମଣ ହାର ୧୩.୨୯%କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୪୬ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ ।
ତେବେ କରୋନା କବଳରୁ ଏଯାଏଁ ଦେଶରେ ସୁସ୍ଥ ହେଲେଣି ୩କୋଟି ୪୫ଲକ୍ଷରୁ ଅଧିକ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇଛି । ଦେଶରେ ଏଯାଏ ୧୫୧କୋଟି ୯୪ଲକ୍ଷରୁ ଅଧିକ ଲୋକ ଟିକା ନେଇଛନ୍ତି । ସେହିପରି ଅନ୍ୟପଟେ ଦେଶରେ କାୟା ମେଲାଉଛି ଓମିକ୍ରନ୍ ଭୂତାଣୁ । ସାରା ଦେଶରେ ୪,୦୩୩ ଓମିକ୍ରନ ମାମଲା ଚିହ୍ନଟ ହେଲେଣି ।
ଅନ୍ୟପଟେ ଆଜି ରାଜ୍ୟରୁ ୨୪ଘଣ୍ଟାରେ ୪୫୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪ହଜାର ୮୯୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୨୩ଜଣ ରହିଥିବା ବେଳେ ୨୦୦୬ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୪୪୮ଜଣ ଛୁଆ ଅଛନ୍ତି ।