ହ୍ରାସ ପାଉଛି ସଂକ୍ରମଣ: ତାମିଲନାଡୁରେ ଫେବ୍ରୁଆରୀ ୧ରୁ ଖୋଲିବ ସ୍କୁଲ, କଲେଜ

ଦେଶରେ କମୁଛି ସଂକ୍ରମଣ । ଦିଲ୍ଲୀ ଭଳି ତାମିଲନାଡୁରେ ଏବେ ସଂକ୍ରମିତ ଙ୍କ ସଂଖ୍ୟା କମୁଥିବା ବେଳେ, ଫେବ୍ରୁଆରୀ ୧ରୁ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁ ଆଜି ହଟାଯିବ । ଗୁରୁବାର ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ ଏ ସଂକ୍ରାନ୍ତରେ ଏକ ବୈଠକ କରିବା ପରେ ସ୍କୁଲ, କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ସଂକ୍ରମଣ ତଳମୁହାଁ ରହିଥିଲେ ମଧ୍ୟ ନର୍ସରୀ ଏବଂ ପ୍ଲେ ସ୍କୁଲ ଏବେ ଖୋଲିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ତାମିଲନାଡୁରେ ଏବେ ବିବାହ ସମାରୋହରେ ସର୍ବାଧିକ ୧୦୦ ଜଣ ସାମିଲ ହୋଇପାରିବେ । ଅନ୍ତିମ ସଂସ୍କାରରେ ୫୦ ଜଣ ଉପସ୍ଥିତ ରହିପାରିବେ । ସେହିପରି ହୋଟେଲରେ, ସିନେମା ହଲ, ଇନଡୋର ଷ୍ଟାଡିୟମ, ଜିମ୍ ଆଦି ୫୦ ପ୍ରତିଶତରେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଆଜି ଦେଶରୁ ୨୪ ଘଂଟାରେ ୨ ଲକ୍ଷ ୫୧ ହଜାର ୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଲକ୍ଷ ୮୬ ହଜାର ୩୮୪ ପଜିଟିଭ ଆସିଥିଲା । ୨୪ ଘଂଟାରେ ୩୫ ହଜାର କମ୍ ମାମଲା ଆସିଛି । ଡେଲି ପଜିଟିଭିଟି ରେଟ୍ ରହିଛି ୧୫ ଦଶମିକ ୮୮ ପ୍ରତିଶତ । ଦେଶରେ ଲଗାତର ତିନି ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ଏବେ ଆକ୍ଟିଭ୍ କେସ୍ ରହିଛି ୨୧ ଲକ୍ଷ ୫ ହଜାର ୬୧୧ ରହିଛି । ସେହିପରି ୨୪ ଘଂଟାରେ ୬୨୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

Related Posts