ସେଲଫି ନେଲା ପୂରା ପରିବାରର ଜୀବନ

ଚେଙ୍ଗଲପାଟୁର ପାଲାର ନଦୀରେ ଘଟିଛି ବଡ ଅଘଟଣ । ସେଲଫି ପାଇଁ ଚାଲିଗଲା ଗୋଟିଏ ପୂରା ପରିବାରର ଜୀବନ । ରବିବାର ଦିନ ଘଟିଛି ଏହି ଅଘଟଣ । ସେଲଫି ନେବାବେଳେ ଚେଙ୍ଗଲପଟ୍ଟୁର ପାଲାର ନଦୀରେ ଗୋଟିଏ ପରିବାରର ପୂରା ସଦସ୍ୟ ଭାସି ଯାଇଥିବାର ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନଦୀରୁ କୌଣସି ମୃତଦେହକୁ ଉଦ୍ଧାର କରାଯାଇ ନଥିଲା। ନିଖୋଜ ଥିବା ବ୍ୟକ୍ତିମାନେ ଲିୟୋନସିଂହ ରାଜା (୩୮) ବୋଲି ଜଣା ପଡିଛି। ଯିଏ ତିରୁସୁଲମରେ ଏକ ଦୋକାନ ଚଳାଉଥିଲେ। ତାଙ୍କ ଝିଅ ପର୍ସି (୧୬) ଏବଂ ତାଙ୍କ ଭାଇ ଲିଭିଙ୍ଗଷ୍ଟନ୍ (୧୯)ମଧ୍ୟ ନିଖୋଜ ଅଛନ୍ତି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଚେଙ୍ଗଲପାଟୁର ପାଲାର ନଦୀ ନିକଟକୁ ନ ଯିବାକୁ ଚେତାବନୀ ଦେବା ସ‌ତ୍ତ୍ବେ ୨୦ ଜଣିଆ ଗୋଷ୍ଠୀ ସେଲଫି ନେବା ପାଇଁ ନଦୀ ନିକଟକୁ ଯାଇଥିଲେ।

ପାଲାର ପୁଲିସର ସୂଚନାନୁସାରେ, ଲିୟୋନସିଂହ ରାଜ ଏବଂ ତାଙ୍କ ପିଲାମାନେ ନଦୀ ଭିତରକୁ ଗାଧୋଇବାକୁ ଯାଇଥିଲେ। ଆଉ ସେଠାରେ ସେଲଫି ନେଇଥିଲେ। ଏହି ସେଲଫି ନେବା ସମୟରେ ଗୋଡ଼ ଖସି ଯିବାରୁ ତିନିଜଣଯାକ ଭାସି ଯାଇଥିଲେ। ଗୋଷ୍ଠୀର ସଦସ୍ୟମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିକଟସ୍ଥ ଚେଙ୍ଗଲପାଟ୍ଟୁ ଡିପୋରୁ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ନଦୀରେ ଜଳସ୍ତର ଅଧିକ ଥିବାରୁ କୌଣସି ଲାଭ ହୋଇ ନଥିଲା।

ପୁଲିସ କହିଛି ଯେ ଲିୟୋନସିଂହ ରାଜା ପିଲାମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ହଠାତ୍ ସେ ଭାରସାମ୍ୟ ହରାଇବାରୁ ତିନିଜଣ ନଦୀ ସ୍ରୋତରେ ଭାସି ଯାଇଥି‌ଲେ ।

Related Posts