
ରାଜସ୍ଥାନର ଜୟପୁରରେ ଏକ ତାରପିନ୍ ତେଲ କାରଖାନାରେ ରବିବାର ଭୟାନକ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୩ ଜଣ ଶିଶୁ ଜୀଅନ୍ତା ଜଳିଗଲେ । ଏଥିସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି | ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି |
ଏହି ଅଘଟଣରେ ଆଉ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଏସ୍ଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସର୍କଲ ଅଫିସର୍ ଶିବ କୁମାର କହିଛନ୍ତି । ଘଟଣାଟି ଜୟପୁରର ଜାୱନାରାମଗଡ଼ର ଧୁଲାରାୱଜିରେ ଘଟିଛି ।
ଘଟଣାରେ ପ୍ରାଣ ହରାଇଥିବା ଶିଶୁମାନେ ଏକ ଶ୍ରମିକ ପରିବାରର । ସେମାନେ କାରଖାନା ପରିସରରେ ରହୁଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । କ୍ଷୟକ୍ଷତିର ଆକଳନ କରାଯାଉଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ତେବେ କେଉଁ କାରଣରୁ ନିଆଁ ଲାଗିଲା, ତାହା ନେଇ ତଦନ୍ତ ଜାରି ରହିଛି ।