ଯାଜପୁର ପାଣିକୋଇଲି ଥାନା ଧନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଭାରସାମ୍ୟ ହରାଇ ପୋଖରୀ ଭିତରେ ଖସିପଡିଲା କାର୍‌: ୨ମୃତ, ଦୁଇ ଆହତ

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାର୍‌ ଟି ପୋଖରୀ ମଧ୍ୟଙ୍କୁ ଖସିପଡିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି | ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଏକ କାରରେ ୪ ଜଣ ଯୁବକ ଯାଜପୁର ରୋଡକୁ ଫେରୁଥିଲେ । ଏକ ଟ୍ରଲର କାର୍‌କୁ ସାଇଡ୍‌ ମାରିବାରୁ ଗାଡିଟି ଭାରସାମ୍ୟ ହରାଇ ଏକ ପୋଖରୀ ଭିତରେ ଖସିପଡିଥିଲା । କାର୍‌ ଭିତରେ ଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ । ମୃତ ଯୁବ ହେଲେ ଚନ୍ଦନ ମହାଳିକ ଓ ଦେବାଶିଷ ନାୟକ । ପାଣିକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Related Posts