ଭୁବନେଶ୍ବର ରେଳ ଷ୍ଟେସନକୁ ମିଳିଲା ‘ଇଟ ରାଇଟ ଷ୍ଟେସନ’ ମାନ୍ୟତା

ଭୁବନେଶ୍ବର ରେଳ ଷ୍ଟେସନ କୁ ମିଳିଛି ‘ଇଟ ରାଇଟ ଷ୍ଟେସନ’ ମାନ୍ୟତା | ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI ପକ୍ଷରୁ ଏହି ମାନ୍ୟତା ଦିଆଯାଇଛି | ଭୁବନେଶ୍ବର ଷ୍ଟେସନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନର ଯାମିନୀ ଷଡ଼ଙ୍ଗୀଙ୍କ ଠାରୁ ଇଟ ରାଇଟ ଷ୍ଟେସନ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ ରିଙ୍କେଶ ରାୟ ।

ଇଟ ରାଇଟ ଷ୍ଟେସନ ମାନ୍ୟତା ପାଇଲା ଭୁବନେଶ୍ବର ରେଳ ଷ୍ଟେସନଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଷ୍ଟେସନକୁ ମିଳିଛି ୪ ଷ୍ଟାର ରେଟିଂ । ସ୍ବଚ୍ଛତା, ନିରାପଦ ଖାଦ୍ୟ ଭଳି ମାନଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଏହି ମାନ୍ୟତା ପାଇଛି ଭୁବନେଶ୍ବର ଷ୍ଟେସନ । ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା କମିଶନର ।

Related Posts