ଭର୍ଚୁଆଲ ଶୁଣାଣି ବେଳେ ଯୁବତୀଙ୍କ ସହ ଓକିଲଙ୍କ ଅନ୍ତରଙ୍ଗ ଭିଜୁଆଲ ଅନ୍ ଏୟାର, ଆଡଭୋକେଟ ନିଲମ୍ବିତ

ସତ୍ୟପାଠ 22/12 ତାମିଲନାଡୁ: ଭର୍ଚୁଆଲରେ ଶୁଣାଣି ଚାଲିଥିଲା, ସାମିଲ ଥିଲେ ଜଜ୍ ସାହେବ ଆଉ ଅନେକ ବରିଷ୍ଟ ଓକିଲ । କମ୍ପ୍ୟୁଟର ସ୍କ୍ରିନରେ ସମସ୍ତେ ଏକାଠି ଥିଲେ। ହେଲେ ଏହି ଭର୍ଚୁଆଲ ମିଟରେ ସାମିଲ ହୋଇଥିବା ଜଣେ ଓକିଲ ଅତି ଅଭଦ୍ରାଚିତ ଆଚରଣ ପ୍ରଦର୍ଶନ କରିଛନ୍ତି। ଓକିଲ ବାବୁ ଜଣକ ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ବେଳେ ଏହି ଶୁଣାଣିରେ ସାମିଲ ହେଲେ। ଯାହାକୁ ଦେଖିଥିଲେ ଶୁଣାଣିରେ ସାମିଲ ଥିବା ତମାମ ଓକିଲ ଓ ଖୋଦ୍ ନିଜେ ଜଜ୍ ସାହେବ। ମାଡ୍ରାସ ହାଇକୋର୍ଟର ଏକ ଖଣ୍ଡପୀଠଙ୍କ ଶୁଣାଣି ବେଳେ ଏହି ଲଜ୍ଜାଜନକ ଘଟଣା ଘଟିଛି। ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଇଲାଣ୍ଟିରିଆନ୍ଙ୍କ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ମହିଳାଙ୍କ ସହ ଅସଂଜତ ଅବସ୍ଥାରେ ଜଣେ ଓକିଲ ରହିଥିବା ବିଚାରପତିମାନେ ଦେଖିଥିଲେ।

ଏପରି ଆଚରଣ ପାଇଁ ହାଇକୋର୍ଟ ସଂପୃକ୍ତ ଓକିଲଙ୍କ ଲାଇସେନ୍ସକୁ ରଦ୍ଦ କରିଦେବା ସହ କୌଣସି ଅଦାଲତରେ ଓକିଲାତି କରିବାରୁ ତାଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ମାଡ୍ରାସ ହାଇକୋର୍ଟ ନିଜ ତରଫରୁ ତାଙ୍କ ବିରୋଧରେ ମଧ୍ୟ ଏକ ଅଦାଲତ ଅବମାନନା ମାମଲା ଆରମ୍ଭ କରିଛନ୍ତି।ତାମିଲନାଡୁ ଏବଂ ପୁଡୁଚେରୀର ବାର୍ କାଉନସିଲ୍ ବର୍ତ୍ତମାନ ସଂପୃକ୍ତ ଓକିଲଙ୍କୁ ସମସ୍ତ ଅଦାଲତରେ ଓକିଲାତି କରିବାରୁ ନିଲମ୍ବିତ କରିଛନ୍ତି।

Related Posts