ବୋଲ ମାନୁନି କରୋନା, ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ, ୪୮୮ ମୃତ

ଦେଶରେ ହୁ ହୁ ହୋଇ ବଢ଼ିଚାଲଛି କରୋନା । କରୋନା କାୟା ରେ ଏବେ ସମଗ୍ର ଦେଶ | ସେପଟେ ସଂକ୍ରମଣ ବଢୁଥିବା ବେଳେ, ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ୩ ଲକ୍ଷ ଟପିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୮ ଜଣଙ୍କ ମୃତ୍ୟୁ ହୋଇଛି ।

ବୁଧବାର ତୁଳନାରେ ଗୁରୁବାର ୨୯,୭୨୨ ଅଧିକ ମାମଲା ସାମ୍ନାକୁ ଆସିଛି
– ଗୁରୁବାର ଦେଶରେ ୭୦୩ଜଣ କରୋନାରେ ପ୍ରାଣ ହରାଇଛନ୍ତି
– ସକ୍ରିୟ ମାମଲା ୨୦ ଲକ୍ଷ ପାର କରିଛି
– ଦେଶରେ ସକ୍ରିୟ ମାମଲା ୨୦,୧୮,୮୨୫ରେ ପହଞ୍ଚିଛି
– ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟ ୯,୬୯୨କୁ ବୃଦ୍ଧି ପାଇଛି
– ଗତ ୨୪ ଘଂଟାରେ ୨,୫୧,୭୭୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୩୭୭୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୮୮ ଛୁଇଁଛି ।

ଏବେ ସୁଦ୍ଧା ଦେଶରେ ପ୍ରାୟ ୩ କୋଟି ୭୮ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୧୧୩୩୬୫ ସକ୍ରିୟ ମାମଲା ରହିଛି ଏବଂ ୩୬୩୦୧୪୮୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୮୮୮୪ ସଂକ୍ରମିତ ପ୍ରାଣ ହରାଇଛନ୍ତି |

Related Posts