ବିଶ୍ୱରେ କରୋନା ସ୍ଥିତି ସଂଘିନ, ୨୪ ଘଣ୍ଟାରେ ୩୧ ଲକ୍ଷ ୭୨ ହଜାର ସଂକ୍ରମିତ, ଭାରତରେ ଅଢେଇ ଲକ୍ଷ ଟପିଛି ପଜିଟିଭ ମାମଲା

କରୋନା ମହାମାରୀଙ୍କୁ ନେଇ ଏବେ ସମଗ୍ର ବିଶ୍ୱରେ ସ୍ଥିତି ସଂଘିନ ହୋଇପଡିଥିବା ବେଳେ, ଗତ ୨୪ ଘଣ୍ଟାରେ ୩୧ ଲକ୍ଷ ୭୨ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୭ ହଜାର ୨୯୯ ରୋଗୀ ମୃତ । ଆମେରିକାରେ ବେଲଗାମ କରୋନା । ଗୋଟିଏ ଦିନରେ ୮ ଲକ୍ଷ ୬ ହଜାର ୪୯୩ କରୋନା ପଜିଟିଭ କେସ । ପ୍ରାଣ ହରାଇଛନ୍ତି ୧ହଜାର ୯୬୯ ରୋଗୀ ।

ଅନ୍ୟପରେ ଫ୍ରାନ୍ସର ସ୍ଥିତି ମଧ୍ୟ ସମାନ ରହିଛି | ୨୪ ଘଣ୍ଟାରେ ୩ ଲକ୍ଷ ୫ହଜାର ୩୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫ୍ରାନ୍ସରେ ଗୋଟିଏ ଦିନରେ ୨୨୫ ଜଣଙ୍କ ମୃତ୍ୟୁ । ଇଟାଲୀରେ ୧ଲକ୍ଷ ୮୪ ହଜାର କରୋନା କେସ । ସ୍ପେନରେ ୧ ଲକ୍ଷ ୫୯ ହଜାରରୁ ଅଧିକ ପଜିଟିଭ ଚିହ୍ନଟ । ଆର୍ଜେଣ୍ଟିନାରେ ୧ ଲକ୍ଷ ୨୮ ହଜାର ମାମଲା ସାମନାକୁ ଆସିଛି |

ଦେଶରେ ଲମ୍ବ ଡିଆଁ ମାରୁଛି କୋରୋନା । ଦିନ ପରେ ଦିନ ନୂଆ ରେକର୍ଡ କରୁଛି ସଂକ୍ରମଣ । ଆଜି ଭାରତରେ ଅଢେଇ ଲକ୍ଷ ଟପିଛି ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ 2,64,202 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗୁରୁବାର ତୁଳନାରେ 6.7 ପ୍ରତିଶତ ଅଧିକ । ବର୍ଦ୍ଧିତ ସଂକ୍ରମଣ ମାମଲା ସହ ଭାରତରେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । 24 ଘଣ୍ଟା ମଧ୍ୟରେ 1,09,345 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 12,72,073ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ହାର ମଧ୍ୟ ବଢିଚାଲିଛି । ସଂକ୍ରମଣ ଏତେ କ୍ଷୀପ୍ର ବେଗରେ ବଢୁଛି ଯେ, ଡିସେମ୍ବର ଶେଷରେ ଭାରତର ଦୈନିକ ପଜିଟିଭ ହାର 1.1 ପ୍ରତିଶତ ଥିବାବେଳେ ଏବେ 14.78%କୁ ବୃଦ୍ଧି ପାଇଛି । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ବିସ୍ତାର କରିଚାଲିଛି । ଏଯାବତ୍ ଦେଶ ମଧ୍ୟରୁ 5,753 ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

Related Posts